ଚାନ୍ଦନୀ ସିଂହଙ୍କ ହଟ ଗୀତ ‘ଅରଚନୱା ଗଡତା’ ହେଲା ରିଲିଜ୍, ଇଣ୍ଟରନେଟରେ ମଚାଉଛି ହଇଚଇ

ସିନେମା
ସେୟାର କରନ୍ତୁ

ଭୋଜପୁରୀ ଗୀତ : ଚାନ୍ଦନୀ ସିଂହ ଅଭିନୀତ ନୂଆ ଭୋଜପୁରୀ ଚଳଚ୍ଚିତ୍ର ବଂଶୀ ବିରଜୁଙ୍କ ନୂଆ ଗୀତ ରିଲିଜ୍ ହୋଇଛି ଯାହାର ନାମ ‘ଅରଚନୱା ଗଡତା’ (ORCHANWA GADATA) । ଏହି ଗୀତଟି ମାତ୍ର ତିନି ଦିନ ପୂର୍ବରୁ ମୁକ୍ତିଲାଭ କରିଛି ଯେଉଁଥିରେ ଚାନ୍ଦନୀ ସିଂହ ଏବଂ ପରଭେଶ ଲାଲ ଯାଦବଙ୍କ ମଧ୍ୟରେ ଅନେକ ହଟ କେମେଷ୍ଟ୍ରି ଦେଖିବାକୁ ମିଳୁଛି । ଏହି ଗୀତର ଲିରିକ୍ସ କୁନ୍ଦନ ପ୍ରୀତ ଏବଂ ସଙ୍ଗୀତ ଆଶିଷ ବର୍ମା ଦେଇଛନ୍ତି ।

ଗୀତର ଭିଡିଓଟି ଅତ୍ୟନ୍ତ ରୋମାଣ୍ଟିକ୍ ଅଟେ । ଏହି ଗୀତଟି ୱାର୍ଲ୍ଡ ୱାଇଡ୍ ରେକର୍ଡର ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ଏବଂ ଏହା ଏବେ ମଧ୍ୟ ହଜାରେରୁ ଅଧିକ ଭ୍ୟୁଜ ପାଇଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଅଜୟ ଏସ୍ ଝା, ସାନ୍ତୋଶ ମିଶ୍ରଙ୍କ ଦ୍ୱାରା ଲିଖିତ ଏବଂ ରତ୍ନା କୁମାରଙ୍କ ଦ୍ୱାରା ନିର୍ମିତ ହୋଇଅଛି । ପ୍ରଭେଶ ଲାଲ ଯାଦବ, ଆଦିତ୍ୟ ଓଝା, କାଜଲ ରଘୱାନୀ, ଚାନ୍ଦନୀ ସିଂହ, ସପନା ଗିଲ, ସୁଶୀଲ ସିଂହ, ମନୋଜ ଟାଇଗର, ଅନୁପ ଆରୋରା, ଗୋପାଳ ରାୟ, ବ୍ରିଜେଶ ତ୍ରିପାଠୀ, ଅମିତ ଶୁକ୍ଲା, ରତ୍ନେଶ ବର୍ଣ୍ଣୱାଲ, ଅନସୁମାନ ସିଂହ ରାଜପୁତ, ଜେ ନୀଲମଙ୍କୁ ଦେଖିବାକୁ ପାଇବେ ।

ଏଠାରେ ଦେଖନ୍ତୁ ଭିଡ଼ିଓ…


ସେୟାର କରନ୍ତୁ