83 Teaser: ‘କପିଲ୍ ଦେବ’ଙ୍କ ଚରିତ୍ରରେ ଛାଇ ଗଲେ ରଣବୀର ସିଂହ, ରିଲିଜ୍ ତାରିଖ ମଧ୍ୟ ହେଲା ପ୍ରକାଶ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡ ତାରକା ରଣବୀର ସିଂହ (Ranveer Singh) ଏବଂ ଦୀପିକା ପାଦୁକୋନ (Deepika Padukone)ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ’83’ ର ଦମଦାର ଟିଜର ସୋସିଆଲ ମିଡିଆରେ ଆଉଟ ହୋଇଅଛି । ଟିଜରରେ 1983 ବର୍ଷର ଝଲକ ଦେବା ପାଇଁ ବ୍ୟାକଗ୍ରାଉଣ୍ଡକୁ କଳା ଏବଂ ଧଳା ରଖାଯାଇଛି । ଯେଉଁଥିରେ ରଣବୀର କପିଲ୍ ଦେବଙ୍କ ଷ୍ଟାଇଲରେ ଧମାଲ ମଚାଉଥିବାର ଦେଖାଯାଉଛନ୍ତି ।

ଟିଜର ରିଲିଜ୍ ହେବା ସହିତ ରଣବୀର ସିଂହ ମଧ୍ୟ ନିଜର ପ୍ରଶଂସକଙ୍କୁ ଏକ ବଡ ଉପହାର ଦେଇ ଏହାର ଟ୍ରେଲର ଆଉଟ୍ ଏବଂ ରିଲିଜ୍ ଘୋଷଣା କରିଛନ୍ତି । ଅଭିନେତାଙ୍କ କ୍ୟାପସନରୁ ଏହା ସ୍ପଷ୍ଟ ହୋଇଛି ଯେ ‘ଫିଲ୍ମ 83’ର ଟ୍ରେଲର ନଭେମ୍ବର 30 ରେ ଆଉଟ ହେବ । ଏଥି ସହିତ, ଡିସେମ୍ବର 24 ରେ ଫିଲ୍ମ ବକ୍ସ ଅଫିସରେ ଧମାଲ ମଚାଇବା ପାଇଁ ଆସିବ ।

କହିବାକି ଫିଲ୍ମ 83 କୁ କବୀର ଖାନ ନିର୍ଦ୍ଦେଶନା ଦେଇଛନ୍ତି । ରଣବୀର ସିଂହ ଏହି ଫିଲ୍ମରେ କପିଲ ଦେବଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆ ଭୂମିକାରେ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ । ଏଥିସହିତ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ପାଞ୍ଚଟି ଭାଷାରେ ମୁକ୍ତିଲାଭ କରିବ । ଯେଉଁଥିରେ ତେଲୁଗୁ, କନ୍ନଡ, ତାମିଲ, ହିନ୍ଦୀ ଏବଂ ମାଲାୟାଲମ୍ ଭାଷା ଅନ୍ତର୍ଭୁକ୍ତ ଅଛି ।


ସେୟାର କରନ୍ତୁ