ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭି ସଂଖ୍ୟା କମ ହେବାରେ ଲାଗିଛି । ଆଜି ରାଜ୍ୟରେ 186 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 10 ଲକ୍ଷ 38 ହଜାର 695ରେ ପହଁଞ୍ଚିଅଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
