ପଦ୍ମିନୀ କୋଲହାପୁରେଙ୍କର ଗୀତ ‘ୟେ ଗଲିୟାଁ ୟେ ଚୌବାରା’ ରିଲିଜ, ଅଭିନେତ୍ରୀ ନିଜର ସୂରିଲି ସ୍ୱର ସହିତ ଜିତିଲେ ପ୍ରଶଂସକଙ୍କ ହୃଦୟ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ପଦ୍ମିନୀ କୋଲହାପୁରେ ନିଜର ପ୍ରସିଦ୍ଧ ଗୀତ ‘ୟେ ଗଲିୟାଁ ୟେ ଚୌବାରା’ର ରିକ୍ରିଏଟ କରିଛନ୍ତି । ଧମକା ରେକର୍ଡସ ଏବଂ ସାରେଗାମା ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଟ୍ରାକକୁ ନିଜେ ପଦ୍ମିନୀ ଗାଇଛନ୍ତି । ଧମକା ରେକର୍ଡର ପ୍ରିୟଙ୍କା ଶର୍ମା ପ୍ରେମ ରୋଗରୁ ପଦ୍ମିନୀ କୋଲହାପୁରେଙ୍କର ଆଇକନିକ୍ ଗୀତ ‘ୟେ ଗଲିୟାଁ ୟେ ଚୌବାରା’ ରିଲିଜ୍ କରିଛନ୍ତି । ଏହି ଗୀତଟିକୁ ଅଭିନେତ୍ରୀ ନିଜେ ତାଙ୍କ ଭାବପୂର୍ଣ ​​ଏବଂ ସୂରିଲି ସ୍ୱରରେ ଗାଇଛନ୍ତି । ଏହାପୂର୍ବରୁ, ଧାମକା ରେକର୍ଡସ ସମସ୍ତ ମ୍ୟୁଜିକ୍ ଚାର୍ଟରେ ଶୀର୍ଷରେ ରହିଥିଲା ​​ଏବଂ ଅମିତାଭ ବଚ୍ଚନ, ଲତା ମଙ୍ଗେଶକର, ଶ୍ରଦ୍ଧା କପୁର ଇତ୍ୟାଦି 15 ଟି ଷ୍ଟଲୱାର୍ଟଙ୍କ ଅଭିନୀତ ‘ହମ୍ ହିନ୍ଦୁସ୍ତାନୀ’ ଗୀତ ପାଇଁ ଚର୍ଚାରେ ରହିଥିଲା ​​। ବର୍ତ୍ତମାନ ପ୍ରିୟଙ୍କା ଶର୍ମାଙ୍କ ଲେବଲ୍ ବର୍ଷର ସବୁଠାରୁ ବଡ ହୃଦୟସ୍ପର୍ଶୀ ବେଣ୍ଡିଙ୍ଗ ଏନ୍ଥମ ମୁକ୍ତିଲାଭ କରିଛି ।

ଜାତୀୟ ମିଡ଼ିଆ ଅନୁଯାୟୀ,ଗୀତ ବିଷୟରେ ପଦ୍ମିନୀ କୋଲହାପୁରେ କୁହନ୍ତି, ‘ଏହି ଗୀତରେ କାମ କରିବା କିଛି ଏମିତି ଥିଲା କି ଯେ ଏହା ମୋତେ ମୂଳ ଗୀତର ସୁଟିଂର ସ୍ମୃତିକୁ ଫେରାଇ ଆଣିଥିଲା । ମୁଁ ପୁଣି ସେହି ଉତ୍ସାହ ଅନୁଭବ କରି ବହୁତ ଖୁସି ଏବଂ ଏହି ଗୀତ ପାଇଁ ମୁଁ ପ୍ରତିଷ୍ଠିତ ଗୀତକୁ ରିକ୍ରିଏଟି କରିବା ପାଇଁ ସକ୍ଷମ ହୋଇଥିବାରୁ ବହୁତ ଉତ୍ସାହିତ ଅଟେ ।’

ଏଠାରେ ଦେଖନ୍ତୁ ଭିଡ଼ିଓ..

ନିଜର ମ୍ୟୁଜିକ୍ ଲେବଲ୍ ଧାମକା ରେକର୍ଡ ଲଞ୍ଚ କରିଥିବା ପ୍ରିୟଙ୍କା ଶର୍ମା ଏବଂ ପାରସ୍ ମେହେଟ୍ଟା କୁହନ୍ତି, “ମୁଁ ଲେବଲ୍ ଆରମ୍ଭ କରିବା ପୂର୍ବରୁ ମଧ୍ୟ ଏହି ଗୀତଟିକୁ ପୁଣି ନିର୍ମାଣ କରିବାକୁ ଚାହୁଁଥିଲି । ଏହା ମୋ ମା ପାଇଁ ଏକ ବିଶେଷ ଗୀତ ଅଟେ ଏବଂ ମୁଁ ଏହାକୁ ରିକ୍ରିଏଟ କରିବା ଏବଂ ନିଜ ଲେବୁଲରେ ରିଲିଜ କରିବାର ମୌକା ମିଳିବା ମୋ ପାଇଁ ଏକ ବିଶେଷ ଠାରୁ ବହୁ ଅଧିକ ଅଟେ । ସାରେଗାମାକୁ ବହୁତ ଧନ୍ୟବାଦ, ଆମେ ଆଶା କରୁଛୁ କି ସମସ୍ତେ ଏହାକୁ ସେତିକି ଭଲ ପାଇବେ, ଯେତିକି ସେମାନେ ଅରାଜିନାଲକୁ ଦେଇଥିଲେ ।

ସାରେଗାମା ଏବଂ ଧାମକା ରେକର୍ଡସ୍ ଦ୍ୱାରା ପ୍ରସ୍ତୁତ ‘ୟେ ଗଲିୟାଁ ୟେ ଚୌବାରା’ ପ୍ରିୟଙ୍କା ଶର୍ମା ଏବଂ ପରାସ୍ ମେହେଟ୍ଟାଙ୍କ ଦ୍ୱାରା ନିର୍ମିତ ହୋଇଛି । ଏହି ଗୀତରେ ଆମି ମିସୋବାହ ଏବଂ ଅମାୟରା ଭାଟିଆ ଅଭିନୟ କରୁଛନ୍ତି ଏବଂ ଏହା ଧାମକା ରେକର୍ଡସର ୟୁଟ୍ୟୁବ୍ ଚ୍ୟାନେଲରେ ମୁକ୍ତିଲାଭ କରିଛି ।


ସେୟାର କରନ୍ତୁ