Coronavirus: ଦେଶରେ 24 ଘଣ୍ଟାରେ ସାମ୍ନାକୁ ଆସିଲା 6 ହଜାର 822 ନୂଆ କରୋନା କେସ, ଓମିକ୍ରନରେ 23 ଲୋକ ପଜିଟିଭ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନା କେସ ଲଗାତାର କମିବାରେ ଲାଗି ଅଛି । କିନ୍ତୁ ନୂଆ ଭେରିଏଣ୍ଟ ଓମିକ୍ରନକୁ ନେଇ ଦେଶ ଚିନ୍ତିତ ରହିଅଛି । ପୂର୍ବ 24 ଘଣ୍ଟାରେ କରୋନା ଭାଇରସ ମହାମାରୀର 6 ହଜାର 822 ନୂଆ କେସ ସାମ୍ନାକୁ ଆସିଅଛି । ଏହା 558 ଦିନ ଭିତରେ ସବୁଠାରୁ କମ ଅଟେ । ତେବେ 24 ଘଣ୍ଟା ମଧ୍ୟରେ 220 କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଅଛି । ଦେଶରେ ଏପର୍ଯ୍ୟନ୍ତ କରୋନା ଓମିକ୍ରନ ଭେରିଏଣ୍ଟର 23 ମାମଲା ସାମ୍ନାକୁ ଆସିଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 6 ହଜାର 822
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 46 ଲକ୍ଷ 68 ହଜାର 383

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 10 ହଜାର 004
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 40 ଲକ୍ଷ 79 ହଜାର 612

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 2 ଶହ 20
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 73 ହଜାର 757

ମୋଟ ଆକ୍ଟିଭ କେସ- 95 ହଜାର 014, ଏହା 554 ଦିନରେ ସବୁଠାରୁ କମ

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 6 ଡିସେମ୍ବର ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 64 କୋଟି 94 ଲକ୍ଷ 47 ହଜାର 014 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 10 ଲକ୍ଷ 79 ହଜାର 384 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 128 କୋଟିରୁ ଅଧିକ ଡୋଜ୍ ଆଣ୍ଟି-କରୋନାଭାଇରସ୍ ଟିକା ଦିଆଯାଇଛି । ଗତକାଲି 79 ଲକ୍ଷ 39 ହଜାର 38 ଡୋଜ ଦିଆଯାଇଥିଲା, ଯାହା ପରେ ଦେଶରେ ଏପର୍ଯ୍ୟନ୍ତ 128 କୋଟି 76 ଲକ୍ଷ 10 ହଜାର 590 ଡୋଜ ଟିକା ଦିଆଯାଇଛି ।


ସେୟାର କରନ୍ତୁ