ବ୍ରାହ୍ମଣୀ ନଦୀ ଜଟିଆ ବ୍ରିଜ ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ଆଜି ରବିବାର ପର୍ବାହ୍ନରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅନ୍ତର୍ଗତ 53 ନମ୍ବର ଜାତୀୟ ରାଜପଥ ବ୍ରାହ୍ମଣୀ ନଦୀ ଜଟିଆ ବ୍ରିଜରେ ଗୋଟିଏ ଆଇରନ ବୋଝେଇ ଟ୍ରକ ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ଟ୍ରକ (ଗାଡି ନଂ ..OD 09 P/0122)ଟି କେନ୍ଦୁଝରରୁ ଅନୁଗୁଳର ଏକ ପ୍ଲାଣ୍ଟକୁ ଯାଉଥିଲା । ଏଥିରେ ଡ୍ରାଇଭରଙ୍କର ମୃତ୍ୟୁ ହୋଇଅଛି । ମୃତ ଡ୍ରାଇଭର ଜଣଙ୍କ ହେଲେ ପାଲଲହଡା ଅଞ୍ଚଳର ମାନସ ରଞ୍ଜନ ଧୀବର ବୋଲି ଜଣାପଡିଛି । ବ୍ରାହ୍ମଣୀ ନଦୀ ଜଟିଆ ବ୍ରିଜରେ ଟ୍ରକର ଆଗ ଚକା ଫାଟିଯିବାରୁ ଏହି ଦୁର୍ଘଟଣା ଘଟିଥିଲା ।

ତାଳଚେର ଅଗ୍ନିଶମ ବାହିନୀ ଏବଂ ଏକ ସ୍ଥାନୀୟ ଠିକା ସଂସ୍ଥାର ମେସିନ ସାହାଯ୍ୟରେ ମୃତ ଡ୍ରାଇଭରଙ୍କୁ ବାହାର କରାଯାଇଥିଲା । ଖବରପାଇ ସ୍ଥାନୀୟ ଲୋକଙ୍କ ଠାରୁ ପ୍ରଥମେ ସରାଙ୍ଗ ପୁଲିସ୍‌ ଏବଂ ତାଳଚେର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏ ନେଇ କିଛି ସମୟ ଧରି 53 ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ ବନ୍ଦ ରହିଥିଲା । ସରାଙ୍ଗ ଫାଣ୍ଡି ଅଧିକାରୀଙ୍କ ହସ୍ତକ୍ଷେପ ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଛି ।


ସେୟାର କରନ୍ତୁ