Attack Teaser: ଜନ୍ ଆବ୍ରାହମ୍, ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଙ୍କ ଆକ୍ସନ୍ ଫିଲ୍ମ ଟିଜର ଆଉଟ୍

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଜନ୍ ଆବ୍ରାହମ୍ ନିଜର ଆଗାମୀ ଫିଲ୍ମ ଆଟାକ୍ ର ଟିଜର ଭିଡିଓ ସେୟାର କରିଛନ୍ତି । ଲକ୍ଷ୍ମୀ ରାଜ ଆନନ୍ଦଙ୍କ ନିର୍ଦ୍ଦେଶିତ ତଥା ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍ ଏବଂ ରକୁଲପ୍ରୀତ ସିଂହଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ପ୍ରଥମେ ଅଗଷ୍ଟ 14, 2020 ରେ ଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବାର ଥିଲା, କିନ୍ତୁ COVID-19 ମହାମାରୀ ହେତୁ ଫିଲ୍ମର ରିଲିଜ୍ ବିଳମ୍ବ ହୋଇଥିଲା । ଟିଜର ଭିଡିଓ ସହିତ ଅଭିନେତା ଜନ୍ ମଧ୍ୟ ଫିଲ୍ମର ନୂଆ ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରଟି 28 ଜାନୁୟାରୀ 2022 ରେ ପରଦାରେ ଆସିବ ।

ଏହି ଭିଡିଓକୁ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରି ଜନ୍ ଆବ୍ରାହମ ଲେଖିଛନ୍ତି, “ଭାରତର ପ୍ରଥମ ସୁପର ସୈନିକଙ୍କୁ ସାକ୍ଷୀ ହେବାକୁ ପ୍ରସ୍ତୁତ ହୁଅ! ଟିଜର ବର୍ତ୍ତମାନ ଆଉଟ । ଜାନୁୟାରୀ 28 ରେ ସାରା ବିଶ୍ୱ ସିନେମାରେ ରିଲିଜ ହେବ ।”

ରାକୁଲପ୍ରୀତ ସିଂହ ମଧ୍ୟ ଏହି ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ଯେଉଁ ସୁପର- ସୈନିକ ଦେଶର ସେବା କରିବା ପାଇଁ ସଂକଳ୍ପ ନେଇଅଛି, ସେ ଶେଷରେ ଦେଶକୁ ରକ୍ଷା କରିବା ପାଇଁ ଏଠାରେ ଅଛନ୍ତି ।

ଏକ ବନ୍ଧକ ସଙ୍କଟ ଉପରେ ଆଧାରିତ ଜନ୍ ଆବ୍ରାହମଙ୍କ ‘ଆଟାକ୍’ ପ୍ରେକ୍ଷାଳୟକୁ ଆସିବାକୁ ଯାଉଛି ଏବଂ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି ।


ସେୟାର କରନ୍ତୁ