Omicron Variant: ଦେଶରେ ଓମିକ୍ରନ୍ ମାମଲା 88 କୁ ବୃଦ୍ଧି

ଦେଶବିଦେଶ
ସେୟାର କରନ୍ତୁ

Omicron Variant: ଦେଶରେ କରୋନାର ନୂତନ ପ୍ରକାର ଓମିକ୍ରନ୍ ମାମଲା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । କହିବାକି, ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ଓମିକ୍ରନ୍ ମାମଲା 88 କୁ ବୃଦ୍ଧି ପାଇଛି । ଡିସେମ୍ବର 31 ମଧ୍ୟରାତ୍ର ପର୍ଯ୍ୟନ୍ତ ମୁମ୍ବାଇରେ ଧାରା 144 ଲାଗୁ କରାଯାଇଅଛି । ପରିସ୍ଥିତିର ସମୀକ୍ଷା ପାଇଁ ଆଜି କେନ୍ଦ୍ର ସରକାର ଏକ ସମୀକ୍ଷା ବୈଠକ କରିବେ ।

ଗୁଜୁରାଟ, କର୍ଣ୍ଣାଟକ ଏବଂ ଦିଲ୍ଲୀରେ ନୂଆ ସଂକ୍ରମିତଙ୍କ ପୃଷ୍ଟି ହେବା ପରେ ଦେଶରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା 88 କୁ ବୃଦ୍ଧି ପାଇଛି । କରୋନାର ପ୍ରତ୍ୟେକ ଲହରରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ମହାରାଷ୍ଟ୍ର ମଧ୍ୟ ଓମିକ୍ରନ୍ ଦ୍ୱାରା ଅଧିକ ଅସୁବିଧାରେ ପଡିଛି । ମହାରାଷ୍ଟ୍ରରେ 32 ଟି ଓମିକ୍ରନ୍, ରାଜସ୍ଥାନରେ 17 ଟି ମାମଲା, ଦିଲ୍ଲୀରେ 10 ଟି ମାମଲା, କେରଳରେ 5 ଟି ମାମଲା, ଗୁଜୁରାଟରେ 5 ଟି ମାମଲା, କର୍ଣ୍ଣାଟକରେ 8 ଟି ମାମଲା, ତେଲେଙ୍ଗାନାରେ 7 ଟି ମାମଲା, ପଶ୍ଚିମବଙ୍ଗରେ 1 ଟି ମାମଲା, ଆନ୍ଧ୍ରପ୍ରଦେଶରେ 1 ଟି ମାମଲା, ତାମିଲନାଡୁରେ 1 ଟି ମାମଲା ଏବଂ ଚଣ୍ଡିଗଡ଼ରେ 1 ଟି ମାମଲା ଆସିଅଛି ।


ସେୟାର କରନ୍ତୁ