Coronavirus: ଦେଶରେ ବଢ଼ିଲା କରୋନା କେସ, ଆଜି ଆସିଲା 1 ଲକ୍ଷ 41 ହଜାର ନୂଆ କରୋନା କେସ, ଟୀକାକରଣ ସଂଖ୍ୟା 150 କୋଟି ପାର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ମହାମାରୀର ମାମଲା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର 1 ଲକ୍ଷ 41 ହଜାର 986 ନୂଆ କେସ ସାମ୍ନାକୁ ଆସିଅଛି । ଏହି ସମୟରେ 285 ଜଣଙ୍କର ମୃତ୍ୟୁ ହୋଇଅଛି । ଏହାର ଗୋଟିଏ ଦିନ ପୂର୍ବରୁ 1 ଲକ୍ଷ 17 ହଜାର 100 କରୋନା ମାମଲା ଆସିଥିଲା ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 1 ଲକ୍ଷ 41 ହଜାର 986
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 53 ଲକ୍ଷ 68 ହଜାର 372

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 40 ହଜାର 895
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 44 ଲକ୍ଷ 12 ହଜାର 740

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 2 ଶହ 85
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 83 ହଜାର 463

ମୋଟ ଆକ୍ଟିଭ କେସ- 4 ଲକ୍ଷ 72 ହଜାର 169

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 7 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 68 କୋଟି 84 ଲକ୍ଷ 70 ହଜାର 959 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 15 ଲକ୍ଷ 29 ହଜାର 948 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 150 କୋଟିରୁ ଅଧିକ ଡୋଜ୍ ଆଣ୍ଟି-କରୋନାଭାଇରସ୍ ଟିକା ଦିଆଯାଇଛି । ଗତକାଲି 90 ଲକ୍ଷ 59 ହଜାର 360 ଡୋଜ ଦିଆଯାଇଥିଲା, ଯାହା ପରେ ଦେଶରେ ଏପର୍ଯ୍ୟନ୍ତ 150 କୋଟି 61 ଲକ୍ଷ 92 ହଜାର 903 ଡୋଜ ଟିକା ଦିଆଯାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଦେଶର 91% ରୁ ଅଧିକ ବୟସ୍କ ଲୋକଙ୍କୁ ଅତି କମରେ ଗୋଟିଏ ଡୋଜ ଟିକା ଦିଆଯାଇଥିବାବେଳେ ଜନସଂଖ୍ୟାର 66% ଲୋକଙ୍କୁ ସମ୍ପୂର୍ଣ୍ଣ ଟୀକାକରଣ କରାଯାଇଛି । ଦେଶରେ, 15-17 ବର୍ଷ ବୟସର 22 ପ୍ରତିଶତ କିଶୋରମାନଙ୍କୁ ଆଣ୍ଟି-କୋଭିଡ -19 ଟିକା ପ୍ରଥମ ଟୀକା ଦିଆଯାଇଛି । ଏହି ବୟସ ବର୍ଗର ହିତାଧିକାରୀଙ୍କ ପାଇଁ ଜାନୁଆରୀ 3 ରେ ଆଣ୍ଟି-କୋଭିଡ୍ -19 ଟୀକାକରଣ ଆରମ୍ଭ ହୋଇଥିଲା ।


ସେୟାର କରନ୍ତୁ