ଭାରତରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ବଢିକରି ହେଲା 3623, ଜାଣନ୍ତୁ କେଉଁ ରାଜ୍ୟରେ ଅଧିକ ରୋଗୀ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଭାରତରେ ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ବଢିକରି 3623 ରେ ପହଞ୍ଚିଛି । ଶନିବାର ଦିନ ଏହି ସଂଖ୍ୟା 3071 ରେ ରହିଥିଲା । ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ମୋଟ 1409 ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଓମିକ୍ରନ୍ରୁ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଶନିବାର ଦିନ 1203 ଥିଲା ।

ତେବେ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ଏହି ଭେରିଏଣ୍ଟରେ ସଂକ୍ରମିତ ରାଜ୍ୟ ସଂଖ୍ୟା ଦେଶରେ 27 କୁ ବୃଦ୍ଧି ପାଇଛି । ମହାରାଷ୍ଟ୍ରରେ ଓମିକ୍ରନର ସର୍ବାଧିକ 1009 ରୋଗୀ ଥିବାବେଳେ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଅଛି, ଯେଉଁଠାରେ ସମୁଦାୟ 513 ଟି ମାମଲା ରୁଜୁ ହୋଇଛି ଏବଂ କର୍ଣ୍ଣାଟକ ତୃତୀୟ ସ୍ଥାନରେ, ଯେଉଁଠାରେ ସମୁଦାୟ 441 ମାମଲା ଆସିଅଛି ।

ଏଠାରେ ଦେଖନ୍ତୁ କେଉଁ ରାଜ୍ୟରୁ କେତେ ସଂକ୍ରମିତ –


ସେୟାର କରନ୍ତୁ