Coronavirus: ଦେଶରେ ଲଗାତାର ବଢୁଅଛି କରୋନା କେସ, ଆଜି ଆସିଲା 1 ଲକ୍ଷ 94 ହଜାର ନୂଆ କରୋନା କେସ, 442 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ମହାମାରୀର ମାମଲା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ କରୋନା ଭାଇରସର 1 ଲକ୍ଷ 94 ହଜାର 720 ନୂଆ କେସ ସାମ୍ନାକୁ ଆସିଅଛି । ଏହି ସମୟରେ 442 ଜଣଙ୍କର ମୃତ୍ୟୁ ହୋଇଅଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ :

ପୂର୍ବ 24 ଘଣ୍ଟାରେ ନୂଆ ମାମଲା – 1 ଲକ୍ଷ 94 ହଜାର 720
ଏପର୍ଯ୍ୟନ୍ତ ମୋଟ ମାମଲା – 3 କୋଟି 60 ଲକ୍ଷ 70 ହଜାର 510

ପୂର୍ବ 24 ଘଣ୍ଟାରେ ସୁସ୍ଥ ହୋଇଥିବା ରୋଗୀ – 60 ହଜାର 405
ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହୋଇଥିବା ରୋଗୀ -3 କୋଟି 46 ଲକ୍ଷ 30 ହଜାର 536

ପୂର୍ବ 24 ଘଣ୍ଟାରେ ହୋଇଥିବା ମୃତ୍ୟୁ – 4 ଶହ 42
ଏପର୍ଯ୍ୟନ୍ତ ହୋଇଥିବା ମୋଟ ମୃତ୍ୟୁ – 4 ଲକ୍ଷ 84 ହଜାର 655

ମୋଟ ଆକ୍ଟିଭ କେସ- 9 ଲକ୍ଷ 55 ହଜାର 319

ମୋଟ ଓମିକ୍ରନ ମାମଲା- 4 ହଜାର 8 ଶହ 68

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 11 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 69 କୋଟି 52 ଲକ୍ଷ 74 ହଜାର 380 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 17 ଲକ୍ଷ 61 ହଜାର 900 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ମୋଟ 153 କୋଟି 80 ଲକ୍ଷ 08 ହଜାର 200 ଡୋଜ ଟିକା ଦିଆଯାଇଛି । ପୂର୍ବ 24 ଘଣ୍ଟାରେ 85, 26, 240 ଲୋକଙ୍କୁ ଟୀକା ଦିଆଯାଇଛି ।


ସେୟାର କରନ୍ତୁ