Coronavirus: ଦେଶରେ ପୂର୍ବ 24 ଘଣ୍ଟାରେ ଆସିଲା 2 ଲକ୍ଷ 82 ହଜାର 970 ନୂଆ କରୋନା କେସ, ଆକ୍ଟିଭ ମାମଲା 18 ଲକ୍ଷ 31 ହଜାର

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ଜୀବନ ନେଉଥିବା କରୋନା ତୃତୀୟ ଲହର ମଧ୍ୟରେ ଖୁବ ତେଜିରେ ବଢୁଥିବା ଦେଖିବାକୁ ମିଳୁଅଛି । ପୂର୍ବ 24 ଘଣ୍ଟାରେ 2 ଲକ୍ଷ 82 ହଜାର 970 ନୂଆ କେସ ସାମ୍ନାକୁ ଆସିଅଛି । ତେବେ 24 ଘଣ୍ଟାରେ 441 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 1 ଲକ୍ଷ 88 ହଜାର 157 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି । ସେହିପରି, ଦେଶରେ ସମୁଦାୟ ‘ଓମିକ୍ରନ୍’ ସଂକ୍ରମଣ ସଂଖ୍ୟା ମଧ୍ୟ 8,961ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ-

ମୋଟ ମାମଲା: 3,79,01,241

ସକ୍ରିୟ ମାମଲା: 18,31,000

ମୋଟ ସୁସ୍ଥ : 3,55,83,039

ମୋଟ ମୃତ୍ୟୁ: 4,87,202

ମୋଟ ଟୀକାକରଣ: 1,58,88,47,554

ଓମିକ୍ରନ୍ ର ମୋଟ ମାମଲା: 8,961

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 18 ଜାନୁୟାରୀ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 70 କୋଟି 74 ଲକ୍ଷ 21 ହଜାର 650 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 18 ଲକ୍ଷ 69 ହଜାର 642 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।

ଏହା ସହିତ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ 158 କୋଟି 88 ଲକ୍ଷ 48 ହଜାର 554 ଡୋଜ ଟିକା ଦିଆଯାଇଛି । ଗତ 24 ଘଣ୍ଟା ମଧ୍ୟରେ 76 ଲକ୍ଷ 35 ହଜାର 229 ଲୋକଙ୍କୁ ଟିକା ଦିଆଯାଇଛି ।


ସେୟାର କରନ୍ତୁ