Gehraiyaan First Song ‘Doobey’ Out: ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ବୋଲ୍ଡ ଦୃଶ୍ୟରେ ପରିପୂର୍ଣ୍ଣ ଏହି ଗୀତ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଶକୁନ୍ ବତ୍ରାଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗେହରାଇୟାନ୍’ର ଟ୍ରେଲର ଆଉଟ ହୋଇଅଛି, ଯେଉଁଥିରେ ଦୀପିକା ପାଦୁକୋନ୍ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ମଧ୍ୟରେ ଦେଖାଯାଇଥିବା ବୋଲ୍ଡ ଦୃଶ୍ୟକୁ ନେଇ ଅନେକ ଉତ୍ସାହ ରହିଛି । ବର୍ତ୍ତମାନ ଏହି ଚଳଚ୍ଚିତ୍ରର ପ୍ରଥମ ଗୀତ ମଧ୍ୟ ରିଲିଜ୍ ହୋଇଛି । ଗୀତର ଲିରିକ୍ସ ବହୁତ ଗମ୍ଭୀର ଏବଂ ମ୍ୟୁଜିକ ମଧ୍ୟ ଅତ୍ୟନ୍ତ ସୁନ୍ଦର ଅଟେ ।

କିନ୍ତୁ ଏହାର ଭିଡିଓ ଟ୍ରେଲର ଅପେକ୍ଷା ଅଧିକ ବୋଲ୍ଡ ଅଟେ । ପୁରା ଗୀତର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଦୀପିକା ପାଦୁକୋନ୍ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ମଧ୍ୟରେ ଅନ୍ତରଙ୍ଗ ଦୃଶ୍ୟ ଅଛି, ଯାହାକୁ ଆପଣ ପରିବାର ସହିତ ବସିଥିବା ସମୟରେ ନିଶ୍ଚିତ ଭାବରେ ଦେଖିପାରିବେ ନାହିଁ । ସୋନି ମ୍ୟୁଜିକ୍ ର ୟୁଟ୍ୟୁବ୍ ଚ୍ୟାନେଲରେ କିଛି ସମୟ ପୂର୍ବରୁ ଏହି ଗୀତ ରିଲିଜ୍ ହୋଇଛି, ଯାହା ଜବରଦସ୍ତ ପ୍ରତିକ୍ରିୟା ପାଇବାରେ ଲାଗିଛି ।

ଏଠାରେ ଦେଖନ୍ତୁ ଭିଡ଼ିଓ..


ସେୟାର କରନ୍ତୁ