ଭୁବନେଶ୍ୱର : ରାଜ୍ୟରେ ଦୈନିକ ନୂଆ କରୋନା ଆକ୍ରାନ୍ତ ସଂଖ୍ୟା ଠାରୁ ଲଗାତାର କିଛି ଦିନ ହେବ ସୁସ୍ଥ ସଂଖ୍ୟା ଅଧିକ ହେଉଥିବା ଦେଖିବାକୁ ମିଳୁଅଛି । ଆଜି ରାଜ୍ୟରେ 10078 କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ସୁସ୍ଥ 2873 ଜଣ ଅଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ ସୁସ୍ଥ ସଂଖ୍ୟା 11 ଲକ୍ଷ 52 ହଜାର 239ରେ ପହଁଞ୍ଚିଅଛି । ଏନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି ।
