ମୁକ୍ତାପସି ସରକାରୀ ଉପ୍ରା ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ପରଜଙ୍ଗ : ମୁକ୍ତାପସି ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତରଣୀ କୁମାର ସିଂଙ୍କ ତତ୍ୱାବଧାନରେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ମୁକ୍ତାପସି ଗ୍ରାମପଞ୍ଚାୟତର ସରପଞ୍ଚ ସସ୍ମିତା ସାହୁ ଯୋଗ ଦେଇଥିଲାବେଳେ ସମ୍ମାନୀତ ଅତିଥି ଭାବେ ସମିତିସଭ୍ୟ ବାବୁଲା କୁମାର ବିଶ୍ୱାଳ ଏବଂ ମୁଖ୍ୟବକ୍ତା ଭାବରେ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ବିଦ୍ୟାଧର ସାହୁ ଯୋଗଦେଇଥିଲେ । ଏଥିସହ ସ୍କୁଲ କମିଟି ସଭାପତି କୃପାସିନ୍ଧୁ ସାହୁ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା ।

ଗୁରୁବାର ଛାତ୍ରଛାତ୍ରୀଙ୍କର ବିଭିର୍ନ ଖେଳକୁଦ ପ୍ରତିଯୋଗିତା ହୋଇଥିଲାବେଳେ ଶୁକ୍ରବାର ସାଂସ୍କୃତିକ କାର୍ଯ୍ୟକ୍ରମରେ ପ୍ରତିଯୋଗୀ ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ ଦେଖାଇଥିଲେ । ଏହାପରେ ବିଭିର୍ନ ପ୍ରତିଯୋଗିତାରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା । ବିଦ୍ୟାଳୟର ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ର ଭାବରେ ରାଜେଶ ବେହେରା ପୁରସ୍କୃତ ହୋଇଥିଲେ ।

ତେବେ ପ୍ରଥମ ଦିନରେ ଛାତ୍ରଛାତ୍ରୀମାନଙ୍କର ଦଉଡି ଡିଆଁ, ପୁଚି, ମ୍ୟୁଜିକ ଚେୟାର, ଆଳୁ ଚାମଚ, ଚିତ୍ରାଙ୍କନ ଓ ରଚନା ପ୍ରତିଯୋଗିତା ହୋଇଥିଲାବେଳେ ଦ୍ୱିତୀୟ ଦିନରେ ସାଂସ୍କୃତିକ କାର୍ଯ୍ୟକ୍ରମ- ଭାଷଣ ,ନାଚ ଓ ଗୀତ ପ୍ରତିଯୋଗିତା ହୋଇଥିଲା ।


ସେୟାର କରନ୍ତୁ