Vikrant Messey-Sheetal Thakur Wedding: ବିକ୍ରାନ୍ତ ମେସି ବର ରାଜା ହୋଇ ଶୀତଲ ଠାକୁରଙ୍କ ସହ ସାତ ଫେରେ ନେଲେ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବିକ୍ରାନ୍ତ ମେସି ନିଜର ଦୀର୍ଘକାଳୀନ ଗର୍ଲଫ୍ରେଣ୍ଡ ଶୀତଲ ଠାକୁରଙ୍କ ସହ ବିବାହ ବନ୍ଧନରେ ବନ୍ଧା ହୋଇଛନ୍ତି । ସମସ୍ତ ଗୋପନୀୟତା ସତ୍ୱେ ବର ରଜାଙ୍କର କିଛି ଚିତ୍ର ସୋସିଆଲ ମିଡିଆରେ ଆସିବା ପର ଠାରୁ ଭାଇରାଲ ହେବାରେ ଲାଗିଛି । ଚିତ୍ରଗୁଡ଼ିକରେ ଅଭିନେତା ଧଳା ଶେରୱାନି ପିନ୍ଧି ଏକ ଘୋଡ଼ି ଉପରେ ବସିଥିବାର ନଜର ଆସିଛନ୍ତି ।

ସେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ ଶୀତଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ୬ବର୍ଷ ଧରି ଡେଟିଂ ପରେ ସେମାନେ ୨୦୧୯ରେ ନିର୍ବନ୍ଧ କରିଥିଲେ। ଖବର ଅନୁଯାୟୀ, ବିକ୍ରାନ୍ତ ଏବଂ ଶୀତଲଙ୍କ ଫେବୃଆରୀ ୧୪ରେ କୋର୍ଟ ମ୍ୟାରେଜ୍‌ ହୋଇଥିଲା। ବର୍ତ୍ତମାନ ସେମାନେ ସମସ୍ତ ରୀତିନୀତି ଅନୁସାରେ ପରମ୍ପରା ସହିତ ବିବାହ କରିଛନ୍ତି।

ତେବେ ଗତକାଲି ସକାଳେ ବିକ୍ରାନ୍ତ ଏବଂ ଶୀତଲଙ୍କ ହଳଦୀ ଉତ୍ସବର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ସମାରୋହରେ ବିକ୍ରାନ୍ତଙ୍କୁ ଏକ ଧଳା କୁର୍ତ୍ତା-ପାଇଜାମାରେ ଦେଖିବାକୁ ମିଳିଥିଲା । ଶୀତଲ ଏକ ସୁନ୍ଦର ହଳଦିଆ ଲେହେଙ୍ଗା ପିନ୍ଧିଥିଲେ । ଯେଉଁ ଥିରେ ଦୁହେଁ ଖୁସିରେ ନାଚୁଥିବାର ଦେଖିବାକୁ ମିଳିଛି ।


ସେୟାର କରନ୍ତୁ