Coronavirus: ଦେଶରେ 24 ଘଣ୍ଟାରେ ଆସିଲା 4 ହଜାର 575 କରୋନା କେସ, 145 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଆଜି ମଧ୍ୟ ଦେଶରେ ମାରାତ୍ମକ କରୋନା ଭାଇରସ୍ ମହାମାରୀ ମାମଲାରେ ବୃଦ୍ଧି ଘଟିଛି । ପୂର୍ବ 24 ଘଣ୍ଟା ମଧ୍ୟରେ ଦେଶରେ 4 ହଜାର 575 ନୂଆ କରୋନା ମାମଲା ଚିହ୍ନଟ ହୋଇଅଛି ଏବଂ 145 ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲି 3 ହଜାର 993 ମାମଲା ସାମ୍ନାକୁ ଆସିଥିଲା ଏବଂ 108 ମୃତ୍ୟୁ ପଞ୍ଜିକୃତ ହୋଇଥିଲା । ଅର୍ଥାତ୍ ଗତକାଲି ତୁଳନାରେ ଆଜି ମାମଲା ବୃଦ୍ଧି ପାଇଛି । ତେବେ ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 4 କୋଟି 29 ଲକ୍ଷ 75 ହଜାର 883 ହୋଇଅଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସଂଖ୍ୟା ଅନୁଯାୟୀ, ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା 46 ହଜାର 962 କୁ ହ୍ରାସ ପାଇଛି । ଏଥି ସହିତ, ଏହି ମହାମାରୀ ହେତୁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା 5 ଲକ୍ଷ 15 ହଜାର 355 କୁ ବୃଦ୍ଧି ପାଇଛି । 24 ଘଣ୍ଟାରେ 7 ହଜାର 416 ଏଥିରୁ ସୁସ୍ଥ ହୋଇଛନ୍ତି । ତେବେ ଏପର୍ଯ୍ୟନ୍ତ 4 କୋଟି 24 ଲକ୍ଷ 13 ହଜାର 566 ଲୋକ ସଂକ୍ରମଣରୁ ମୁକ୍ତ ହୋଇଛନ୍ତି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 179 କୋଟି 33 ଲକ୍ଷ 99 ହଜାର 555 ଡୋଜ ଟିକା ଦିଆଯାଇଛି । ଗତକାଲି 18 ଲକ୍ଷ 69 ହଜାର 103 ଡୋଜ ଟୀକା ଦିଆଯାଇଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 8 ମାର୍ଚ୍ଚ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 77 କୋଟି 52 ଲକ୍ଷ 08 ହଜାର 471 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 8 ଲକ୍ଷ 97 ହଜାର 904 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ