IPL 2022 Breaking: ଆଇପିଏଲ୍ ପୂର୍ବରୁ ଧୋନି ଛାଡିଲେ CSK ର ଅଧିନାୟକତ୍ୱ, ରବିନ୍ଦ୍ର ଜାଡେଜା ହେଲେ ନୂତନ ଅଧିନାୟକ

ଖେଳ ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଆଇପିଏଲ ଆରମ୍ଭ ହେବାର ଦୁଇ ଦିନ ପୂର୍ବରୁ ମହେନ୍ଦ୍ର ସିଂହ ଧୋନି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସିଏସକେ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) 2022 ଓପନର୍ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ରେ ଏମଏସ ଧୋନି ରବିନ୍ଦ୍ର ଜାଡେଜାଙ୍କୁ ଅଧିନାୟକତ୍ୱ ପ୍ରଦାନ କରିବା ସହିତ ଗୁରୁବାର ଦିନ ଏକ ଧମାକା କରିଛନ୍ତି । ଆଇପିଏଲ୍ 2022 ଓପନର୍ CSK ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଖେଳାଯିବ | ଧୋନିଙ୍କ ନେତୃତ୍ୱରେ CSK ଚାରିଥର ଆଇପିଏଲ୍ ଜିତିବାରେ ସଫଳ ହୋଇଛି ।

ଏହାପୂର୍ବରୁ ପୂର୍ବତନ ଭାରତୀୟ ଅଧିନାୟକ ସୁନୀଲ ଗାଭାସ୍କର କହିଥିଲେ ଯେ ଯଦି ମହେନ୍ଦ୍ର ସିଂହ ଧୋନି ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ରେ ଗୋଟିଏ କିମ୍ବା ଦୁଇଟି ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେବେ ତେବେ ରବିନ୍ଦ୍ର ଜାଡେଜା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) କପ୍ତାନୀଭାର ସମ୍ଭାଳିବେ । 2008 ରେ ଲିଗ୍ ଆରମ୍ଭ ହେବା ପରଠାରୁ ଧୋନି CSK ର ଅଧିନାୟକ ରହିଆସିଛନ୍ତି ଏବଂ ଏହା ତାଙ୍କର ଶେଷ ଆଇପିଏଲ୍ ହୋଇପାରେ । ସେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି ।

ସିଏସକେ ତରଫରୁ ଏକ ଅଧିକାରୀକ ପ୍ରକାଶନରେ କୁହାଯାଇଛି ଯେ ଏମଏସ ଧୋନି ଚେନ୍ନାଇ ସୁପର କିଙ୍ଗ୍ସର ନେତୃତ୍ୱ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଏବଂ ଦଳର ନେତୃତ୍ୱ ନେବାକୁ ରବିନ୍ଦ୍ର ଜାଡେଜାଙ୍କୁ ବାଛିଛନ୍ତି । 2012 ମସିହାରୁ ଚେନ୍ନାଇ ସୁପର କିଙ୍ଗ୍ସର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିବା ଜାଡେଜା କେବଳ CSK ର ନେତୃତ୍ୱ ନେବେ । ଧୋନି ଏହି ସିଜିନରେ ଚେନ୍ନାଇ ସୁପର କିଙ୍ଗ୍ସ ସାଥିରେ ଖେଳିବେ । ଆଇପିଏଲ୍ 2022 ପୂର୍ବରୁ, CSK ଏମ୍ଏସ୍ ଧୋନି, ରବିନ୍ଦ୍ର ଜାଡେଜା, ମୋଏନ୍ ଅଲି ଏବଂ ରୁତୁରାଜ ଗାଇକୱାଡଙ୍କୁ ରିଟନ କରିଥିଲା ।


ସେୟାର କରନ୍ତୁ