ବକ୍ସ ଅଫିସରେ RRR କଲା ଗର୍ଜନ, ରିଲିଜ୍ ହେବାର ପ୍ରଥମ ଦିନରେ ଭାଙ୍ଗିଲା ‘ବାହୁବଲୀ 2’ର ରେକର୍ଡ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : Jr NTR ଏବଂ Ramcharan ଷ୍ଟାରର୍ ଏବଂ ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ‘RRR’ ଶେଷରେ ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରଟି ରିଲିଜ ହେବା ସହିତ ଗର୍ଜନ ଆରମ୍ଭ କରିଛି । ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ବକ୍ସ ଅଫିସରେ ବହୁତ ପ୍ରତିକ୍ରିୟା ପାଇଛି । ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଭାରତର ହିନ୍ଦୀ ଦର୍ଶକଙ୍କ ମଧ୍ୟରେ 18 କୋଟି ଟଙ୍କା ସଂଗ୍ରହ କରିଥିବାବେଳେ ଆରଆରଆର ବିଭିନ୍ନ ଭାଷାରେ ଜବରଦସ୍ତ ବ୍ୟବସାୟ କରିଛି ।

ବାଣିଜ୍ୟ ବିଶ୍ଳେଷକ ମନୋବାଲା ବିଜୟ ବାଲାନଙ୍କ ଅନୁଯାୟୀ, ଫିଲ୍ମର ପ୍ରଥମ ଦିନର ଆୟ ହେଉଛି 257.15 କୋଟି ଟଙ୍କା । ସେ ଟ୍ୱିଟରରେ ଏହି ଚଳଚ୍ଚିତ୍ରର ସଂଗ୍ରହର ବିବରଣୀ ମଧ୍ୟ ଦେଇଛନ୍ତି ।

ଏହି ସମୟରେ ଫିଲ୍ମ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡରେ ମଧ୍ୟ ଭଲ ବ୍ୟବସାୟ କରୁଛି । ଏହି ଚଳଚ୍ଚିତ୍ରଟି ବ୍ରିଟେନରେ 2.40 କୋଟି ଟଙ୍କା ରୋଜଗାର କରିଛି ।

ଫିଲ୍ମର ସଂଗ୍ରହ ବିଷୟରେ ତରନ୍ ଆଦର୍ଶ ମଧ୍ୟ ଟ୍ୱିଟ୍ କରିଛନ୍ତି ।

ଏହିପରି ଭାବରେ, ଏହି ଚଳଚ୍ଚିତ୍ରର ସଂଗ୍ରହ ଏସ୍ ରାଜା ମୌଲିଙ୍କ ନିର୍ଦ୍ଦେଶିତ ତାଙ୍କ ପୂର୍ବ ଚଳଚ୍ଚିତ୍ର ‘ବାହୁବଲୀ 2’ର ବିଶ୍ୱ ରେକର୍ଡ ଭାଙ୍ଗିଛି ।

ତେଲୁଗୁ ସ୍ୱାଧୀନତା ସଂଗ୍ରାମୀ, ଅଲୁରି ସୀତାରାମ ରାଜୁ ଏବଂ କୋମରାମ ଭୀମଙ୍କ ଜୀବନୀ ଉପରେ ଆଧାରିତ RRR ଏକ କାଳ୍ପନିକ କାହାଣୀ । ଏହି ଚଳଚ୍ଚିତ୍ରରେ ରାମ ଚରଣ ଅଲୁରି ସୀତାରାମ ରାଜୁ ଏବଂ Jr NTR କୋମାରାମ ଭୀମଙ୍କ ଭୂମିକାରେ ନଜର ଆସିଛନ୍ତି । 450 କୋଟି ଟଙ୍କା ବ୍ୟୟବରାଦ ସହିତ DVV Danayya ଦ୍ୱାରା RRR ପ୍ରସ୍ତୁତ କରାଯାଇଛି । ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ, ସାମୁଥିରାକାନି, ଅଜୟ ଦେବଗନ୍, ରେ ଷ୍ଟିଭେନ୍ସନ୍, ଏଲିସନ୍ ଡୁଡି ଏବଂ ଅଲିଭିଆ ମୋରିସ୍ ନଜର ଆସିବେ।


ସେୟାର କରନ୍ତୁ