ଫଟୋରେ ନଜର ଆସୁଥିବା ଏ ଛୋଟ ପିଲା ଆଜି ବନିଯାଇଛି ଇଣ୍ଡଷ୍ଟ୍ରିର ‘ରକି ଭାଇ’, ଚିନ୍ହି ପାରୁଛନ୍ତି ?

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଓଡ଼ ହେଉ ଅବା ସାଉଥ ସିନେମା ଷ୍ଟାର ହୁଅନ୍ତୁ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚାରେ ରହିଥାନ୍ତି । ପ୍ରସଂଶକମାନେ ମଧ୍ୟ ନିଜର ପ୍ରିୟ ତାରକାଙ୍କ ବିଷୟରେ ଜାଣିବାକୁ ଇଛା ରଖିଥାନ୍ତି । ପୁଣି ତାହା ନିଜର ପ୍ରିୟ ଷ୍ଟାରଙ୍କ ପିଲା ଦିନର ଫୋଟୋ ହେଉ ଅବା throwback ଫୋଟୋ ହେଉ ।

ଆଜି ଆମେ ଆପଣଙ୍କୁ ଜଣେ ବଲିଓଡ଼ ଅଭିନେତାଙ୍କ ପିଲାଦିନ ଫୋଟୋ ଦେଖାଇବାକୁ ଯାଉଛୁ । ଯାହାକୁ ଦେଖିଲାପରେ ଆପଣ ମଧ୍ୟ ଚିହ୍ନି ପାରିବେ ନାହିଁ । ଏହି ଫୋଟୋକୁ ଦେଖିଲା ପରେ ବହୁତ ଲୋକ ନିଜର ଦିମାଗର ଘୋଡାକୁ ଦୌଡ଼ାଇବା ଆରମ୍ଭ କରିଦେଇଥିବେ ଇଏ କିଏ । ତେବେ ଚାଲ ଆପଣଙ୍କୁ ଅଧିକ ଚିନ୍ତା କରିବାର ଆବଶ୍ୟକତା ନାହିଁ ।କାରଣ ଆମେ ଆପଣଙ୍କୁ କହିଦେଉଛୁ ଇଏ କିଏ । ଅସଲରେ ନାଲି ରଙ୍ଗର ବଲ ଧରି ବସି ହସୁଥିବା ପିଲା ଆଉ କେହି ନୁହନ୍ତି ସାଉଥ ସୁପର ଷ୍ଟାର ୟଶ ଅଟନ୍ତି ।

ହଁ ଇଏ କେଜିଏଫ ଷ୍ଟାର ୟଶଙ୍କ ପିଲାଦିନର ଫୋଟୋ ଅଟେ । ୟଶଙ୍କ ପ୍ରଶଂସକ କେବଳ ଦେଶ ନୁହେ ବିଦେଶରେ ମଧ୍ୟ ହୋଇ ସାରିଛନ୍ତି । ୟଶ କି ଫିଲ୍ମ କେଜିଏଫ ଚାପ୍ଟର 2 ଏଇ ମାସ ଏପ୍ରିଲ 14 ତାରିଖକୁ ସିନେମା ଘରେ ରିଲିଜ ହେବାକୁ ଯାଉଛି । ଫିଲ୍ମର ରିଲିଜକୁ ଦର୍ଶକ ବହୁତ ଉଛୁକତାର ସହ ଅପେକ୍ଷା କରିରହିଛନ୍ତି । ଇଣ୍ଡଷ୍ଟ୍ରିରେ ୟଶ ରକି ଭାଇ ନାମରେ ମଧ୍ୟ ପ୍ରସିଦ୍ଧ ହୋଇ ସାରିଛନ୍ତି । ୟଶ କି ଫିଲ୍ମ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଚର୍ଚା ହୋଇଥାଏ । ଏହି ଫିଲ୍ମର ରିଲିଜ ପରେ ଦର୍ଶକେ ଏହାର ଦ୍ୱିତୀୟ ପାର୍ଟ ଦେଖିବାପାଇଁ ଅପେକ୍ଷା କରିଥିଲେ । ଦର୍ଶକଙ୍କ ଏହି ଲମ୍ବା ଅପେକ୍ଷା ଏବେ ଶେଷ ହେବ ପାଇଁ ଯାଉଛି ।


ସେୟାର କରନ୍ତୁ