ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଥାନା ଅଧିକାରୀଙ୍କୁ ନିଲମ୍ବନ ଦାବୀ କଲା ଓଡିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ

ରାଜ୍ୟ
ସେୟାର କରନ୍ତୁ

କଟକ : ଆଜି ଓଡ଼ିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଅମୁଲ୍ୟ କୁମାର ଜେନାଙ୍କ ନେତୃତ୍ୱରେ ଏକ 15ଜଣିଆ ପ୍ରତିନିଧି ମଣ୍ଡଳୀ କଟକ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ପହଁଞ୍ଚି ପୋଲିସ ମହା ନିର୍ଦେଶକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯେଉଁଥିରେ ବାଲେଶ୍ୱର ନୀଳଗିରିର କର୍ତ୍ତବ୍ୟ ରତ କନକ ନ୍ୟୁଜ ସାମ୍ବାଦିକଙ୍କ ଉପରେ ନୀଳଗିରି iic ଙ୍କ ବର୍ବର କାର୍ଯ୍ୟର ଦୃଢ ନିନ୍ଦା କରିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର ଏବଂ ନିରପେକ୍ଷ ତଦନ୍ତ କରି ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବୀ କରାଯାଇଛି । ତେବେ ସାତ ଦିନ ମଧ୍ୟରେ ଏହା କରା ନ ଗଲେ ଓଡିଶା ୱେବ ମିଡ଼ିଆ ସଙ୍ଘ ରାଜରାସ୍ତାକୁ ଓଲ୍ହାଇଵ ବୋଲି ଚେତାବନୀ ଦେଇଅଛି ।

ଆଜିର ଏହି ଦାବିପତ୍ର ଦେବା ସମୟରେ ଓଡିଶା ୱେବ ଓ ଡିଜିଟାଲ ମିଡ଼ିଆ ସଙ୍ଘ ର ରାଜ୍ୟ ସଭାପତି ଅମୁଲ୍ୟ ଜେନା, ରାଜ୍ୟ ସମ୍ପାଦକ ସଞ୍ଜୟ ଶତପଥି, କଟକ ଜିଲ୍ଲା ସଭାପତି ଅମୁଲ୍ୟ ବାରିକ, ବିସ୍ମୟ ମହାନ୍ତି, ରାଜେଶ ଧକସାମନ୍ତ, କମାଲ ଲୋଚନ, ସରୋଜ କୁମାର ନାୟକ, ଜଗନ୍ନାଥ ସାହୁ, ମୀରଜା ରିଜୁଆନ ବେଗ, ଶ୍ରୀମନ୍ତ ପଣ୍ଡା, କୁଳମଣି ଲେଙ୍କା, ତୁଷାର କାନ୍ତ ବେହେରା, ଚିତ୍ତ ରଞ୍ଜନ ସାହୁ, ଲୋଚନ ମୁଦୁଲି, ଓ ଜିତେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ