ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ଶ୍ରୀରାମ ନବମୀର ଜଣାଇଲେ ଶୁଭେଚ୍ଛା

ରାଜ୍ୟ
ସେୟାର କରନ୍ତୁ

ପୁରୀ : ଆଜି ସମଗ୍ର ଦେଶ ପାଳନ କରୁଛି ରାମ ନବମୀ । ସମଗ୍ର ଦେଶରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଜନ୍ମ ଦିବସକୁ ଶ୍ରୀରାମ ନବମୀ ଭାବରେ ପାଳନ କରାଯାଏ । ରାଜା ଦଶରଥ ଏବଂ କୌଶଲ୍ୟାଙ୍କ ଔରସରୁ ଆଜିର ଦିନରେ ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ଶ୍ରୀରାମ ଜନ୍ମଗ୍ରହଣ କରିଥିଲେ । ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ଭଗବାନଙ୍କ ଏ ଉତ୍ସବରୁ ଦୂରେଇ ରହିଥିବା ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭଗବାନ ଆଉ ଭକ୍ତଙ୍କ ମିଳନ ହେବ ।

ଏହି ଦିନରେ ପ୍ରଭୁ ଶ୍ରୀରାମଙ୍କୁ ବାଲ୍ୟରୂପରେ ଦେଖିବାର ସୁଯୋଗ ପାଇ ଭକ୍ତ ପ୍ରଭୁ ପ୍ରେମରେ ନିଜକୁ ହଜାଇ ଦେବେ । ସବୁଠି ଶୁଭିବ ରାମ ନାମ । ତା’ ପୂର୍ବରୁ ସାରା ଦେଶରେ ଥିବା ସବୁ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି । ଆଲୋକମାଳାରେ ଝଲସୁଛି ମନ୍ଦିର । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା ।ଏହି ପରିପ୍ରେକ୍ଷୀରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବାଲୁକା କଳାକୃତ୍ତିରେ ସୁନ୍ଦର ଭାବେ ସେ ପବିତ୍ର ରାମ ନବମୀର ଶୁଭେଚ୍ଛା ଜଣାଇଛନ୍ତି ।


ସେୟାର କରନ୍ତୁ