ପରଦାରେ ଫ୍ଲପ ହେଲା ଅକ୍ଷୟ କୁମାରଙ୍କର ଫିଲ୍ମ ବଚନ ପାଣ୍ଡେ ,ଏବେ ଏହି ଓଟିଟି ପ୍ଲାଟଫର୍ମରେ ହେବ ରିଲିଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅକ୍ଷୟ କୁମାରଙ୍କର ଫିଲ୍ମ ବଚନ ପାଣ୍ଡେ ଏହି ନିକଟରେ ବଡ ପରଦାରେ ରିଲିଜ ହୋଇଛି । ଅକ୍ଷୟ କୁମାର ଯେତେବେଳେ ପ୍ରଥମଥର ଫିଲ୍ମର ପୋଷ୍ଟର ରିଲିଜ କରିଥିଲେ ତାକୁ ନେଇ ବହୁତ ଚର୍ଚା ହୋଇଥିଲା,ଦର୍ଶକ ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଥିଲେ । ହେଲେ ଫିଲ୍ମ ଯେବେ ଥିଏଟରରେ ରିଲିଜ ହେଲା କିଛି ଖାସ କମାଲ କରିପାରିଲା ନାହିଁ । ନାଁ ତ ଫିଲ୍ମ ର ରିଭିଉ କିଛି ଭଲ ଆସିଲା ନାଁ ଅକ୍ଷୟ କୃତିଙ୍କ ଯାଦୁ ଚାଲିଲା । ଥିଏଟରରେ ଫିଲ୍ମ ଫ୍ଲପ ହେଲାପରେ ଏବେ ଓଟିଟି platform ରେ ରିଲିଜ କରାଯିବ ।

ଅକ୍ଷୟ କୁମାର କୃତି ସେନନ , ଅସରଦ ୱାରସିଙ୍କ ଫିଲ୍ମ ବଚନ ପାଣ୍ଡେ 15 ଏପ୍ରିଲରେ ଓଟିଟି platform ଆମାଜନ ପ୍ରାଇମ ଭିଡ଼ିଓରେ ରିଲିଜ ହେବ । ଅର୍ଥାତ ଯଦି ଆପଣ ଥିଏଟରରେ ଫିଲ୍ମ ଦେଖିପାରିନାହାନ୍ତି କିମ୍ବା ଦେଖିବାକୁ ମନ ନାହିଁ ତେବେ ଆପଣ ନିଜ ଫୋନରେ ଦେଖିପାରିବେ । ଅକ୍ଷୟ କୁମାର ଏହି ଫିଲ୍ମ ବିଷୟରେ କହିଛନ୍ତି ,ବଚନ ପାଣ୍ଡେ ଏକ ଆଉଟ ଆଣ୍ଡ ଆଉଟ କମେଡି ଏଣ୍ଟେରଟେନର ଅଟେ, ଯାହାକୁ ସେହି ଦର୍ଶକଙ୍କ ପାଇଁ ଆଣିବାକୁ ବହୁତ ଉତ୍ସାହିତ, ଯେଉଁମାନେ ମନୋରଂଜନକୁ ହରାଇଛନ୍ତି । ଦର୍ଶକ ଏବେ ନିଜ ଲିଭିଂ ରୁମରେ ଆରାମରେ ବସି ଏହି ଡ୍ରାମା ଓ କମେଡି ଫିଲ୍ମ ର ଆନନ୍ଦ ନେଇପାରିବେ ।

ଆପଣଙ୍କୁ ବତାଇ ଦେଉଛୁ ଫରହାଦ ସାମଜିଙ୍କ ଦ୍ୱାରା ନିର୍ଦେଶିତ ଏବଂ sajid nadiawala ଙ୍କ ଦ୍ୱାରା ନିର୍ମିତ ଏହି ଆକ୍ସନ କମେଡି ଫିଲ୍ମରେ କୃତି ସେନନ, ବବି ଦେଓଲ , ଜ୍ୟାକଲିନ ଫର୍ଣ୍ଣାଡିଜ, ଅସରଦ ୱାରସି, ରିତେଶ ଦେଶମୁଖ ମୁଖ୍ୟ ଭୂମିକାରେ ଅଛନ୍ତି । ବତାଇ ଦଉଛୁ କି, ବଚନ ପାଣ୍ଡେ ଅକ୍ଷୟ କୁମାରଙ୍କର ପ୍ରଥମ ଫିଲ୍ମ ନୁହେଁ, ଯାହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି ,ଏହା ପୂର୍ବରୁ ଅକ୍ଷୟ କୁମାର ଓଟିଟିରେ ଡେବିଉ କରିସାରିଛନ୍ତି । ଏହା ପୂର୍ବରୁ ଖିଲାଡି କୁମାରଙ୍କର ‘ଅନ୍ତରଙ୍ଗୀରେ’ ‘ଲକ୍ଷ୍ମୀ’ ପରି ଫିଲ୍ମ ମଧ୍ୟ ଓଟିଟିରେ ରିଲିଜ ହୋଇସାରିଛି ।


ସେୟାର କରନ୍ତୁ