ବିବାହରେ ‘ନାଗୀନ ଡ୍ୟାନ୍ସ’ରେ ମସଗୋଲା ହୋଇ ମାଟିରେ ଗଡି ଟେଣ୍ଟ ଉପରେ ଚଢ଼ିଗଲା ପିଲାଟି, ଲୋକେ କହିଲେ- ଏହି ନାଗକୁ ପୁରସ୍କାର ଦିଅ, ଦେଖନ୍ତୁ ଭିଡ଼ିଓ

ଭାଇରାଲ
ସେୟାର କରନ୍ତୁ

viral ଭିଡ଼ିଓ : ଭାରତ ଏପରି ଏକ ଦେଶ ,ଯେଉଁଠାରେ ବାହାଘରରେ ଅଲଗା ଅଲଗା ଲୋକ ଦେଖିବାକୁ ମିଳିଥାନ୍ତି । ବାହାଘରରେ ଆସୁଥିବା କିଛି ଲୋକ ଏମିତି ମଜାଳିଆ ହୋଇଥାନ୍ତି ଯେ ଲୋକ ତାଙ୍କ ଭିଡ଼ିଓ ବନାଇ ସୋସିଆଲ ମିଡିଆରେ viral କରିଦେଇଥାନ୍ତି । ଇଣ୍ଟରନେଟରେ ଆଜି ପର୍ଯ୍ୟନ୍ତ ଆପଣ କେତେ ମଜାଦାର ଭିଡ଼ିଓ ଦେଖିଥିବେ ,ଯାହାକୁ ଦେଖିଲାପରେ ଆପଣ ନିଜ ସାଙ୍ଗ ଓ ସମ୍ପର୍କୀୟଙ୍କ ସହ ସେୟାର କରିଥିବେ । ଏହିପରି ଏକ ଭିଡ଼ିଓ ଆମେ ଆପଣ ମାନଙ୍କ ପାଇଁ ଏହି ପୋଷ୍ଟରେ ନେଇ ଆସିଛୁ । ଯାହାକୁ ଦେଖିଲା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

youtube ରେ ବାହାଘରରେ ଆସିଥିବା ଜଣେ ଲୋକର ଭିଡ଼ିଓ viral ହେଉଛି । ଏହି ଲୋକ ଆପଣଙ୍କୁ ଭିଡ଼ିଓରେ ନାଗୀନ ଡ୍ୟାନ୍ସ କରୁଥିବା ଦେଖାଯିବ । ଆପଣ ଚିନ୍ତା କରୁଥିବେ ଏଥିରେ ନୂଆ କଣ? ଭାରତର ସବୁ ବାହାଘରରେ ଲୋକ ନାଗୀନ ନାଚ କରନ୍ତି । କିନ୍ତୁ ଟିକିଏ ରୁହ,ବତାଇ ଦଉଛୁ ଇଏ କୌଣସି ସାଧାରଣ ନାଗୀନ ନାଚ ନୁହେଁ । ହଁ ,ଏ ପିଲା ନାଗୀନ ଡ୍ୟାନ୍ସ କରି ମାଟିରୁ ପ୍ରଥମେ ଖୁମ୍ବ ଉପରକୁ ଓ ପରେ ଟେଣ୍ଟ ଉପରକୁ ଚଢିଯାଉଛି । କଥା ଏଇଠି ଶେଷ ହେଉ ନାହିଁ । ପିଲାଟି ଟେଣ୍ଟ ଉପରେ ବି ନାଚ କରିବା ଜାରି ରଖୁଛି ,ଯାହାକୁ ତଳେ ଲୋକ ଠିଆ ହୋଇ ଦେଖୁଛନ୍ତି । ଅଲଗା ଅଟେ ନା ?

ହେଲେ ଏହି ଭିଡ଼ିଓ ବହୁତ ପୁରୁଣା ଅଟେ, କିନ୍ତୁ ଏବେବି ଲୋକ ବହୁତ ଉତ୍ସାହର ସହ ଦେଖୁଛନ୍ତି । ଏହି ଭିଡ଼ିଓକୁ 2ଲକ୍ଷରୁ ଅଧିକ ଭିୟୁଜ ଓ କମେଣ୍ଟ ମିଳିଛି । ଜଣେ ସୋସିଆଲ ମିଡ଼ିଆ ୟୁଜର ଭିଡ଼ିଓ ପାଇଁ କମେଣ୍ଟ କରି ଲେଖିଛନ୍ତି ,ଡ୍ୟାନ୍ସର ଅଫ ଦି ଇୟର ଆୱାର୍ଡ ଗୋଜ ଟୁ ମିଷ୍ଟର ନାଗ । ତେଣେ ଅନ୍ୟ ଜଣେ ଲେଖିଛନ୍ତି ,ଏହି ନାଗକୁ ପୁରସ୍କାର ଦିଅ । ଅନ୍ୟ ଜଣେ ୟୁଜର ଲେଖିଛନ୍ତି ଇଏ ତ ନାଗମଣି ନେଇକି ମାନିବ । ଏହି ପରି ଅନେକ ମଜାଦାର ରିଆକ୍ସନ ଏହି ଭିଡ଼ିଓରେ ଆସୁଛି । ଆପଣଙ୍କୁ ଏହି ଭିଡ଼ିଓ କେମିତି ଲାଗିଲା ? ଆମକୁ କମେଣ୍ଟ କରି ନିଶ୍ଚୟ କୁହନ୍ତୁ ।


ସେୟାର କରନ୍ତୁ