Thar Trailer: ପ୍ରଥମ ଥର ପାଇଁ, ପିତା-ପୁତ୍ର ଯୋଡି ପରଦାରେ ଏକାଠି ଦେଖାଯିବେ, ସସପେନ୍ସ ଏବଂ ଥ୍ରୀଲରର ଏକ୍ସଟ୍ରା ଡୋଜ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଅନିଲ କପୁରଙ୍କ ବହୁ ପ୍ରତୀକ୍ଷିତ ଆଗାମୀ ଫିଲ୍ମ ‘ଥାର’ର ଟ୍ରେଲର ରିଲିଜ ହୋଇଛି । ଅନିଲ କପୁରଙ୍କ ସହ ତାଙ୍କ ପୁଅ ହର୍ଷବର୍ଦ୍ଧନ କପୁର ମଧ୍ୟ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଛନ୍ତି । ଏହା ବ୍ୟତୀତ ଫାତିମା ସନା ଶେଖ ଏବଂ ସତୀଶ କୌଶିକଙ୍କୁ ମଧ୍ୟ ଟ୍ରେଲରରେ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳୁଛି । ଏହି ଚଳଚ୍ଚିତ୍ର ନେଟଫ୍ଲିକ୍ସରେ 6 ମଇରେ ମୁକ୍ତିଲାଭ କରିବାକୁ ଯାଉଛି ।

ୟୁଟ୍ୟୁବରେ ନେଟଫ୍ଲିକ୍ସ ଇଣ୍ଡିଆ ଦ୍ୱାରା ସେୟାର ହୋଇଥିବା ଏହି ଟ୍ରେଲରଟି ହତ୍ୟା ଘଟଣାରୁ ଆରମ୍ଭ ହୋଇଛି, ଯାହାର ଯାଞ୍ଚ ପୋଲିସ ଅନିଲ ଏବଂ ସତୀଶ କରୁଛନ୍ତି । ପରେ, ହର୍ଷଙ୍କୁ ଏକ ରହସ୍ୟମୟ ପୁରାତନ ବସ୍ତୁମାନଙ୍କର ଡିଲର ଭାବରେ ଚିତ୍ରଣ କରୁଥିବା ଝଲକ ଦିଆଯାଏ । ଟ୍ରେଲର ଆଗ୍ରହ ଉଠାଇଥାଏ, ଯେତେବେଳେ ଅନିଲ ଏବଂ ହର୍ଷ ମଧ୍ୟରେ ଏକ ବିଲେଇ ଏବଂ ମୂଷା ଖେଳ ହୋଇଥାଏ ।

ବଂଜର ରେଜିସ୍ଥାନରେ ଚାଲୁଥିବା ଏହି କାହାଣୀର ଟ୍ରେଲର ବହୁତ ଚମତ୍କାର ଦେଖାଯାଉଛି । ଏବେ ଏହା ଦେଖିବାକୁ ପଡିବ ଯେ ପୁରା ଚଳଚ୍ଚିତ୍ର ଦର୍ଶକଙ୍କୁ କେତେ ଆକର୍ଷିତ କରିବ । ଟ୍ରେଲରରେ ହର୍ଷବର୍ଦ୍ଧନଙ୍କ ବ୍ୟକ୍ତିତ୍ୱ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି । ଅଳ୍ପ ସମୟ ମଧ୍ୟରେ ‘ଥାର’ର ଟ୍ରେଲରକୁ ଜବରଦସ୍ତ ପ୍ରତିକ୍ରିୟା ମିଳୁଛି ।


ସେୟାର କରନ୍ତୁ