ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ସୋନ୍ପୁର ସବୁଠାରୁ ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ଵର : ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି । ଦିନକୁ ଦିନ ପାରଦ ବଢିବାକୁ ଲାଗିଛି । ବିଶେଷ କରି ପଶ୍ଚିମ ଓଡିଶା ତତଲା କଡେଇ ପାଲଟିଛି । ଏଥିମଧ୍ୟରୁ ସୋନପୁରରେ ଜିଲ୍ଲାରେ ହେଉଛି ଅଗ୍ନି ବର୍ଷା । ତାତିରେ ସୋନପୁର କ୍ରମାଗତ ଦ୍ଵିତୀୟ ଦିନରେ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଛି ।

ଆଜି ସୋନପୁରର ସର୍ବୋଚ୍ଚ ତାପମାତ୍ରା 44.5 ଡିଗ୍ରୀ ରେକର୍ଡ କରାଯାଇଛି । ଚଳିତ ବର୍ଷ ରାଜ୍ୟରେ ସର୍ବାଧିକ ତାପମାତ୍ରାରେ ସୋନପୁର ରେକର୍ଡ କରିଛି । ଗତକାଲି ସୋନପୁରର ପାରଦ 44.4 ଡିଗ୍ରୀ ରେକର୍ଡ କରାଯାଇଥିଲା । ବୁଧବାର ତାପମାତ୍ରା ଆଉ ଗୋଟିଏ ଡିଗ୍ରୀ ବୃଦ୍ଧି ଘଟି 44.5 ସେଲସିୟସ ରହିଛି ।

ସୂଚନାଯୋଗ୍ୟ, ରାଜ୍ୟରେ ଗତ କିଛି ଦିନ ହେବ ହୁ ହୁ ହୋଇ ବୃଦ୍ଧି ପାଉଛି ତାପମାତ୍ରା । ଗତକିଛି ଦିନ ଧରି ବିଭିନ୍ନ ସହରରେ ତାପମାତ୍ରା 40 ଡିଗ୍ରୀ ଉପରେ ରହିଛି । କିଛି କିଛି ସ୍ଥାନରେ 44 ଡିଗ୍ରୀ ମଧ୍ୟ ଟପିଗଲାଣି । ଖରାର ପ୍ରକୋପକୁ ନେଇ ଚିନ୍ତାରେ ସ୍ଥାନୀୟ ବାସିନ୍ଦା । ନା ବାହାରକୁ ବାହାରି ପାରୁଛନ୍ତି, ନା ଦିନବେଳା କୌଣସି କାର୍ଯ୍ୟ କରିପାରୁଛନ୍ତି । ଦିନ 9 ଟା ବେଳୁ ଖରା ଜୋର୍‌ ହେଉଛି । ତତଲା କଡେଇରେ ପଡିଲା ଭଳି ଅସ୍ତବ୍ୟସ୍ତ ହୋଇଗଲେଣି ଜନ ସାଧାରଣ ।


ସେୟାର କରନ୍ତୁ