Coronavirus: ଦେଶରେ 24 ଘଣ୍ଟାରେ ଆସିଲା 2380 କରୋନା କେସ, 56 ମୃତ୍ୟୁ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଦେଶରେ ପୂର୍ବ 24 ଘଣ୍ଟାରେ 2380 ନୂଆ କରୋନା କେସ ସାମ୍ନାକୁ ଆସିଅଛି ଏବଂ 56 ଲୋକଙ୍କର ମୃତ୍ୟୁ ହୋଇଅଛି । ପୂର୍ବ 24 ଘଣ୍ଟାରେ 1231 ଲୋକ କରୋନା ଭାଇରସକୁ ହରାଇ ଠିକ ହୋଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସଂଖ୍ୟା ମୁତାବକ, ଦେଶରେ ଏପର୍ଯ୍ୟନ୍ତ କରୋନା ମାମଲା ବଢିକରି ମୋଟ 4 କୋଟି 30 ଲକ୍ଷ 49 ହଜାର 974କୁ ବୃଦ୍ଧି ପାଇଥିବାବେଳେ ଏପର୍ଯ୍ୟନ୍ତ ଏଥି ମଧ୍ୟରୁ 5 ଲକ୍ଷ 22 ହଜାର 062 ଲୋକଙ୍କର ଜୀବନ ଯାଇଅଛି । ତେବେ ଏପର୍ଯ୍ୟନ୍ତ 4 କୋଟି 25 ଲକ୍ଷ 14 ହଜାର 479 ଲୋକ ଏହି ମହାମାରୀରୁ ଠିକ ହୋଇସାରିଛନ୍ତି । ଏବେ ଦେଶରେ ଆକ୍ଟିଭ ମାମଲା 13 ହଜାର 433 ହୋଇଯାଇଛି, ଅର୍ଥାତ ଏତିକି ଲୋକଙ୍କର ଚିକିତ୍ସା ଚାଲୁଅଛି ।

ରାଷ୍ଟ୍ରବ୍ୟାପୀ ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ 187 କୋଟି 07 ଲକ୍ଷ 08 ହଜାର 111 ଡୋଜ ଟିକା ଦିଆଯାଇଛି । ଗତକାଲି 15 ଲକ୍ଷ 47 ହଜାର 288 ଡୋଜ ଟୀକା ଦିଆଯାଇଛି ।

ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ICMR) ମୁତାବକ ଦେଶରେ 20 ଏପ୍ରିଲ ପର୍ଯ୍ୟନ୍ତ କରୋନା ଭାଇରସ ପାଇଁ ମୋଟ 83 କୋଟି 33 ଲକ୍ଷ 77 ହଜାର 052 ସାମ୍ପୁଲ ଟେଷ୍ଟ କରାଯାଇଅଛି । ଯାହା ମଧ୍ୟରୁ 4 ଲକ୍ଷ 49 ହଜାର 114 ସାମ୍ପୁଲ ଗତ କାଲି ଟେଷ୍ଟ କରାଯାଇଛି ।


ସେୟାର କରନ୍ତୁ