ଅମୀର ଖାନ କ୍ରିକେଟ ଖେଳୁ ଖେଳୁ କରିଦେଲେ ଘୋଷଣା, କହିଲେ – 28 ଏପ୍ରିଲରେ ମୁଁ ତୁମକୁ କାହାଣୀ ଶୁଣାଇବି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ମିଷ୍ଟର ପେରଫେକ୍ଟନିଷ୍ଟ ଅମୀର ଖାନ ଆଜି ପ୍ରଶଂସକଙ୍କୁ ଏକ ଭିଡ଼ିଓରେ ହୈରାନ କରିଦେଇଛନ୍ତି, ଯେଉଁଥିରେ ସୁପରଷ୍ଟାର ରିବିଲ କଲେ କି ସେ କିପରି 28 ଏପ୍ରିଲକୁ ସମସ୍ତଙ୍କ ସାଥିରେ ଏକ ସ୍ପେଶାଲ କାହାଣୀ ସେୟାର କରିବେ । ଅମୀର ଖାନଙ୍କ ପ୍ରଡକ୍ସନ ହାଉସ ଦ୍ୱାରା ସେୟାର କରାଯାଇଥିବା ଭିଡ଼ିଓରେ ତାଙ୍କୁ ବ୍ୟାଟିଙ୍ଗ କଲା ପ୍ରଦର୍ଶନ କରାଯାଉଥିବାର ଦେଖାଯାଇ ପାରିବ, ଯାହା ବିଷୟରେ ଆମେ ଲଗାନ ସମୟରୁ ଜାଣିଛେ । ଭିଡ଼ିଓରେ ଅମୀର 28 ଏପ୍ରିଲକୁ ଏକ କାହାଣୀ ଶୁଣାଇବାର କଥାଦେଉଛନ୍ତି । କାହାଣୀ ଶୁଣାଇବାର ତାଙ୍କ ଉତ୍ସାହକୁ ଦେଖି କରି, ତାଙ୍କ ଆଖ ପାଖରେ ଥିବା ଖିଲାଡୀ ଜୋରରେ ହଁ’ କରୁଛନ୍ତି ।

କଥା ଏହାକି ଅମୀର ଖାନ କେବେ କେବେ ଲୋକଙ୍କ ନଜରକୁ ଆସନ୍ତି, ତ ଏଇଥିପାଇଁ ତାଙ୍କ ପ୍ରଶଂସକ ଓ ଫିଲ୍ମ ପ୍ରେମୀଙ୍କ ଉସ୍ଚୁକତା ଆହୁରି ଅଧିକ ବଢ଼ିଯାଇଥାଏ । ହେଲେ କାହାଣୀ କଣ ହୋଇପାରେ, ଏହା ବିଷୟରେ ଅନେକ ଥିଓରୀ ଚର୍ଚାରେ ଅଛି । ଏକ ବହୁତ ପ୍ରାଇଭେଟ ବ୍ୟକ୍ତି ରୂପରେ ଜଣାଯାଉଥିବା, ସୁପରଷ୍ଟାରଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ହଲଚଲ ମଚାଇଦେଇଛି, ଅସଲରେ, 28 ଅପ୍ରିଲକୁ ଏଇ ରହସ୍ୟ ଜାଣିବାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ପ୍ରୋଜେକ୍ଟସର କଥା କହିଲେ, ଅମୀର ଖାନ ଦର୍ଶକଙ୍କ ପାଇଁ ବହୁତ ଅପେକ୍ଷାରତ ଲାଲ ସିଂହ ଚଢା’ରେ କରିନା କପୁର ଖାନଙ୍କ ସହ ଏଣ୍ଟରଟେନ କରିବାକୁ ପ୍ରସ୍ତୁତ ଅଛନ୍ତି, ଯାହାକୁ ଅଦେଇତ ଚନ୍ଦନଙ୍କ ଦ୍ୱାରା ନିର୍ଦେଶିତ କରାଯାଇଛି । ଫିଲ୍ମ ହଲିଓଡ଼ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଅଫିସିଆଲ ରିମେକ ଅଟେ ଏବଂ ଅମୀର ଖାନଙ୍କ ଏହି ଭୂମିକାକୁ ନେଇ ଫ୍ୟାନଙ୍କ ମଧ୍ୟରେ ଜବରଦସ୍ତ ଉତ୍ସାହ ଅଛି ।


ସେୟାର କରନ୍ତୁ