ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି

ସିନେମା
ସେୟାର କରନ୍ତୁ

ମୁମ୍ବାଇ : କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକରଙ୍କ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କୌଣସି ସମ୍ପର୍କ ହୋଇ ନଥାଇପାରେ । କିନ୍ତୁ ତାଙ୍କର ଲୋକପ୍ରିୟତା କୌଣସି ଅଭିନେତ୍ରୀଙ୍କଠାରୁ କମ୍ ନୁହେଁ । ସାରା ଆଶ୍ଚର୍ଯ୍ୟଜନକ ସୁନ୍ଦର ଅଟନ୍ତି । ସେ ସୋସିଆଲ ମିଡିଆରେ ମଧ୍ୟ ବହୁତ ସକ୍ରିୟ ରୁହନ୍ତି । ତାଙ୍କ ପୋଷ୍ଟ ପ୍ରାୟତଃ ସୋସିଆଲ ମିଡିଆରେ ଆଲୋଚନାର ବିଷୟ ହୋଇ ରହିଥାଏ । ଇନଷ୍ଟା ଉପରେ ସାରାଙ୍କୁ ଏକ ଲକ୍ଷରୁ ଅଧିକ ଲୋକ ଫଲୋ କରନ୍ତି । ତାଙ୍କ ପୋଷ୍ଟ ପଢିବା ମାତ୍ରେ ପ୍ରଶଂସକମାନେ କିଛି ସେକେଣ୍ଡରେ ଏହାର ପ୍ରତିକ୍ରିୟା ଦିଅନ୍ତି । ଦୀର୍ଘ ଦିନ ଧରି ସାରାଙ୍କ ବିଷୟରେ ଗୋଟିଏ କଥା ବାହାରକୁ ଆସୁଛି ଯେ ସେ ଶୀଘ୍ର ଫିଲ୍ମ ଇଣ୍ଡଷ୍ଟ୍ରିରେ ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି ।

ତେବେ ସେ କେଉଁ ଫିଲ୍ମରୁ ଡେବ୍ୟୁ କରିବେ ତାହା ଜଣାପଡ଼ିନଥିଲେ ବି ସାରା ଏବେ ଅଭିନୟ କରିବା ପାଇଁ ପ୍ରଶିକ୍ଷଣ ନେଉଥିବା କୁହାଯାଉଛି । ସାରା ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଅଧ୍ୟୟନ ଶେଷ କରିଥିଲେ ବି ସେ ଗ୍ଲାମର ଦୁନିଆରେ ନିଜ କ୍ୟାରିୟର କରିବାକୁ ଚାହୁଁଛନ୍ତି । ଏନେଇ ସେ ନିଜକୁ ସବୁ ଦିଗରୁ ପ୍ରସ୍ତୁତ କରୁଛନ୍ତି ।

ତେବେ କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, ସାରା ଶାହିଦ କପୁରଙ୍କ ବିପକ୍ଷରେ ନଜର ଆସିବେ । ତାଙ୍କ ସହ ହିଁ ସେ ବଲିଉଡରେ ଡେବ୍ୟୁ କରିପାରନ୍ତି ବୋଲି ଖବର ଆସିଥିଲା । ହେଲେ ତାଙ୍କ ଝିଅ ବର୍ତ୍ତମାନ ଅଧ୍ୟୟନ ଉପରେ ଧ୍ୟାନ ଦେଉଛନ୍ତି ବୋଲି କହି ସଚିନ ଏହି ରିପୋର୍ଟକୁ ଅସ୍ୱୀକାର କରିଥିଲେ । ଏବେ ପୁଣି ଥରେ ସାରା ବଲିଉଡରେ ଡେବ୍ୟୁ କରିବାର ଖବର ଚର୍ଚ୍ଚାରେ ରହିଛି । ତେବେ ସାରା ବଲିଉଡରେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଲା ।


ସେୟାର କରନ୍ତୁ