ଏହି ଛୋଟ ପିଲା ସହଦେବ ଦୀରଦୋଙ୍କ ଗୀତକୁ ଏପରି ଅନ୍ଦାଜରେ ଗାଇଲା, ଲୋକ କହିଲେ -ଅସଲି ‘ବଚପନ କା ପ୍ୟାର’ ତ ଏହା ହିଁ ଭାଇ

ଭାଇରାଲ ସିନେମା
ସେୟାର କରନ୍ତୁ

ନୂଆ ଦିଲ୍ଲୀ : ସୋସିଆଲ ମିଡ଼ିଆ ଏପରି ଏକ ଜାଗା, ଯେଉଁଠାରେ ସବୁଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ । ଆପଣ ଆଜି ପର୍ଯ୍ୟନ୍ତ କେତେ ଗାଇବା ଓ ନାଚିବାର ଭିଡ଼ିଓ ଦେଖିଥିବେ । ରାନୁ ମଣ୍ଡଳଙ୍କ ଗୀତ ହେଉ ବା ସହଦେବ ଦୀରଦୋଙ୍କ ‘ବଚପନ କା ପ୍ୟାର’,ଏହି ଦୁଇଜଣଙ୍କୁ ଲୋକ ଦୁନିଆ ସାରା ଭାଇରାଲ କରିଦେଇଛନ୍ତି । ଏବେ ଅନ୍ୟ ଏକ ଭିଡ଼ିଓ ଏହି ସମୟରେ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାଉଛି, ଯେଉଁଥିରେ ଏକ ଛୋଟ ପିଲା ସହଦେଵ ଦୀରଦୋଙ୍କ ଗୀତ ବଚପନ କା ପ୍ୟାର’କୁ ନିଜ ଅଲଗା ଅନ୍ଦାଜରେ ଗାଉଛି । ଏହି ଭିଡ଼ିଓ ସାମ୍ନାକୁ ଆସିଲା ପରେ ଲୋକ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରିଦେଇଛନ୍ତି ।

ଭାଇରାଲ ହେଉଥିବା ଏହି ଭିଡ଼ିଓରେ ଏକ ଛୋଟ ପିଲା ପିଙ୍କ ରଙ୍ଗର ସ୍କୁଲ ଡ୍ରେସ ପିନ୍ଧି ସହଦେବ ଦୀରଦୋଙ୍କ ଗୀତ ‘ବଚପନ କା ପ୍ୟାର’କୁ ନିଜର ଅଲଗା ଷ୍ଟାଇଲରେ ଗାଉଛି । ସେ ଏହି ଗୀତକୁ ବହୁତ ମସ୍ତି କରି କୁଦି କୁଦି ଗାଉଛି । ପିଲାଟି ଯେଉଁପରି ଏହି ଗୀତକୁ ଉପଭୋଗ କରୁଛି, ଏହାକୁ ଦେଖିଲାପରେ ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ଓ କମେଣ୍ଟ କରିବାରୁ ନିଜକୁ ରୋକିପାରୁ ନାହାନ୍ତି । ଜଣେ ୟୁଜର ଏହି ଭିଡ଼ିଓ ପାଇଁ କମେଣ୍ଟ କରି ଲେଖିଛନ୍ତି, ଅସଲି ପିଲାଦିନର ପ୍ରେମ ୟାକୁ ହିଁ କୁହନ୍ତି ଭାଇ । ତେବେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି- ଏବେ ପଢ ପୁଅ । ଏବେ ତୋର ପିଲାଦିନ ଚାଲିଅଛି ।

ସହଦେବ ଦୀରଦୋଙ୍କ ଗୀତ ବଚପନ କା ପ୍ୟାର’ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା । ଏହି ଗୀତ ପାଇଁ ବାଦଶାହ ବି ଏକ ମ୍ୟୁଜିକ ଭିଡ଼ିଓ ରିଲିଜ କରିଥିଲେ । ଗୀତ ଭାଇରାଲ ହେବାପରେ ସହଦେବ ରାତାରାତି ଚର୍ଚାକୁ ଆସିଥିଲେ । ଆପଣଙ୍କୁ କିପରି ଲାଗିଲା ଏହି ପିଲାର ‘ବଚପନ କା ପ୍ୟାର ‘?କମେଣ୍ଟ କରି ନିଜର ମତାମତ ଆମକୁ ନିଶ୍ଚୟ ଦିଅନ୍ତୁ ।


ସେୟାର କରନ୍ତୁ