ରାଜ୍ୟର 24 ସହର 40 ଡିଗ୍ରୀ ତାପମାତ୍ରା ଉପରେ, ସୋନପୁର ସବୁଠାରୁ ଉତ୍ତପ୍ତ ସହର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟର ଦିନକୁ ଦିନ ତାପମାତ୍ରା ବଢି ଚାଲିଛି । ଆଜି 40 ଡ଼ିଗ୍ରୀ ଉପରେ 24 ସହରରେ ଦିନର ତାତି ରେକର୍ଡ ହୋଇଛି । 11 ସହରରେ ଦିନବେଳର ତାପମାତ୍ରା 43 ଡ଼ିଗ୍ରୀ କିମ୍ବା ଅଧିକ ରହିଥିବା ବେଳେ 44.5 ଡ଼ିଗ୍ରୀ ସହ ସୋନପୁର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ହୋଇଛି । ଅନୁଗୁଳରେ 44.1 ଡ଼ିଗ୍ରୀ, ବଲାଙ୍ଗୀର ଏବଂ ଝାରସୁଗୁଡ଼ାରେ 44 ଡ଼ିଗ୍ରୀ ରେକର୍ଡ କରାଯାଇଛି ।

ଆଜି ରାଜ୍ୟର 24ଟି ସହରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଥିଲା। ତାଳଚେର-43 ଡିଗ୍ରୀ, ଜଗତସିଂହପୁର-36.5 ଡିଗ୍ରୀ, ଯାଜପୁର ୪୧.୦୨ ଡିଗ୍ରୀ, ଚାନ୍ଦବାଲି -୪୦.୦୨ ଡିଗ୍ରୀ, ଟିଟିଲାଗଡ଼ 43.02 ଡିଗ୍ରୀ, ସୁନ୍ଦରଗଡ଼ 43.5 ଡିଗ୍ରୀ, ନୟାଗଡ଼ରେ 41.0 ଡିଗ୍ରୀ, ଝାରସୁଗୁଡ଼ା-44.0 ଡିଗ୍ରୀ, ବାରିପଦା 42.6 ଓ ବୌଦ୍ଧରେ 43.5 ଡିଗ୍ରୀ, ସମ୍ୱଲପୁର- 43.08 ଡିଗ୍ରୀ, ଢେଙ୍କାନାଳରେ 41.0 ଡିଗ୍ରୀ, ଭୁବନେଶ୍ୱରରେ 40.3 ଡିଗ୍ରୀ, କଟକ 40.02 ଡିଗ୍ରୀ, ଖୋର୍ଦ୍ଧା-41.5 ଡିଗ୍ରୀ, ପାରଳାଖେମୁଣ୍ଡି 42.3 ଓ ଭଦ୍ରକରେ 41.04 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।


ସେୟାର କରନ୍ତୁ