ସ୍ତ୍ରୀକୁ ପୋଖରୀରେ ବୁଡ଼େଇ ମାରିଲା ସ୍ୱାମୀ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ରାକେଶ ଚନ୍ଦ୍ର ପରିଡା

ପରଜଙ୍ଗ : ପୋଖରୀକୁ ଗାଧୋଇବାକୁ ନେଇ ନିଜ ସ୍ତ୍ରୀକୁ ଜିଅନ୍ତା ବୁଡ଼େଇ ମାରିଲା ସ୍ୱାମୀ । ଏମିତି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କଲଦା ପଞ୍ଚାୟତ ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ । ଗାଁର ଦିଲ୍ଲୀପ ବେହେରା ନିଜ ସ୍ତ୍ରୀ ଲକ୍ଷ୍ମୀ ବେହେରାଙ୍କୁ (ବୟସ 40) ଗାଁ ପୋଖରୀରେ ବୁଡ଼େଇ ମାରିଥିବା ନେଇ ପରଜଙ୍ଗ ଥାନାରେ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଲକ୍ଷ୍ମୀ କିଛି ମାସ ହେବ ପକ୍ଷାଘାତ ରୋଗରେ ପୀଡିତ ଥିଲେ । ଆଜି ଦିଲ୍ଲୀପ ନିଜ ସ୍ତ୍ରୀକୁ ପୋଖରୀକୁ ଗାଧୋଇବାକୁ ନେଇଥିଲେ । ନିଜ ପୁଅକୁ ଶହେ ଟଙ୍କା ଦେଇ ଦୋକାନରୁ ଖାଇବାକୁ କହି ବାହାରକୁ ପଠେଇ ଦେଇଥିଲେ । ପରେ ସ୍ତ୍ରୀ ଲକ୍ଷ୍ମୀଙ୍କୁ ପୋଖରୀ ପାଣିରେ ବୁଡ଼େଇ ମାରିଥିବା ଅଭିଯୋଗ ହୋଇଛି । ଖବର ପାଇ ଘଟଣା ସ୍ଥଳରେ ପରଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଥିଲେ । ପାରିପାର୍ଶ୍ବିକ ଅବସ୍ଥାରୁ ଏହା ଏକ ସୁପରି କଳ୍ପିତ ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ତେବେ ଲକ୍ଷ୍ମୀଙ୍କ ସ୍ୱାମୀ ଦିଲ୍ଲୀପ ବେହେରା ଫେରାର ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ଏସଡିପିଓ ପହଞ୍ଚି ଅଧିକ ତଦନ୍ତ ଚଳାଇଛନ୍ତି ।

ମୃତକଙ୍କ ଭାଉଜ ନଳିନୀ ବିଶ୍ୱାଳଙ୍କ କହିବା ଅନୁଯାୟୀ, ଆମେ ଖବର ପାଇ ଆସିଲା ବେଳକୁ ଦେଖିଲୁ ଯେ ସେ ଭାସୁଅଛି । ସମସ୍ତେ କହିଲେ ଯେ ସେ ମାରିଦେଇ ପକେଇଦେଇ ଅଛି । ସେ ତ ପକ୍ଷାଘାତ ରୋଗ ପାଇଁ ଚାଲି ପାରୁ ନଥିଲେ, ତେଣୁ ମାରି କି ପକାଇ ଦେଇଥିବେ ମୋ ନଣନ୍ଦର ସ୍ୱାମୀ । ତେବେ ଏହି ଭଳି ଭାବରେ ପ୍ରତିକ୍ରିୟା ରଖିଥିଲେ ମୃତକଙ୍କ ଭାଉଜ ।


ସେୟାର କରନ୍ତୁ