90 ଦଶକର ହିଟ ଗୀତ ଶୁଣି ପ୍ରିୟଙ୍କା ଚୋପ୍ରା ପୁଲରେ ହେଲେ ଚିଲ, ବ୍ଲାକ ସୁଇମସୁଟର ଏ ଅନ୍ଦାଜ ଦେଖି ପ୍ରଶଂସକଙ୍କ ଅଟକିଗଲା ନିଶ୍ୱାସ

ସିନେମା
ସେୟାର କରନ୍ତୁ

Priyanka Chopra Chilling in Pool: ବଲିଓଡ଼ ଅଭିନେତ୍ରୀ ଓ ଗ୍ଲୋବାଲ ସେଲିବ୍ରିଟି ପ୍ରିୟଙ୍କା ଚୋପ୍ରା ଏବେ ନିଜର ଲସ ଏନଜିଲିସ ମେଁସନରେ ଚିଲ କରୁଥିବା ନଜର ଆସୁଛନ୍ତି । ପ୍ରିୟଙ୍କା ପୁଲରେ କ୍ୱାଲିଟି ଟାଇମ କାଟିଲେ ଓ 90 ଦଶକର ବଲିଓଡ଼ ଗୀତ ଶୁଣିଲେ ଓ ଏହାର ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କଲେ । ପ୍ରିୟଙ୍କା ଫୋଟୋ ଓ ଭିଡ଼ିଓ ସେୟାର କରି ଲେଖିଛନ୍ତି, ଯେତେବେଳେ ଆପଣଙ୍କୁ କିଛିଘଣ୍ଟା ସେଲ୍ଫ କେୟାର ମିଳିବ ତ ସାଉଣ୍ଡ ଅନ ଅଛି । କଣ ଆପଣ ଏଇ ଗୀତକୁ ମନେ ପକାଇ ପାରିବେ ଯାହାକୁ ମୁଁ ଶୁଣୁଅଛି ।

ଆପଣଙ୍କୁ କହିଦେଉ ଅଛୁ କି, ପ୍ରିୟଙ୍କା ଯେଉଁ ଗୀତ ଶୁଣୁଛନ୍ତି ସେଥିରେ ଦିଲ ହେ କି ମାନତା ନେହି, ବାହୋ ମେଁ ଚଲେ ଆଓ ରିମିକ୍ସ, ନୀଳେ ନୀଳେ ଅମ୍ବର ପର, ବିନ ତେରେ ସନମ ରିମିକ୍ସ ଓ ଭିଗି ଭିଗି ରାତୋ ମେଁ ରିମିକ୍ସ ପରି 90 ଦଶକର ହିଟ ଗୀତ ସାମିଲ ଅଛି । ଏହି ସମୟରେ ପ୍ରିୟଙ୍କା କଳା ସୁଇମସୁଟରେ ବହୁତ ଗ୍ଲାମର୍ସ ଲାଗୁଛନ୍ତି । ସେ ପୁଲରେ ସେଲ୍ଫି ଉଠାଇଛନ୍ତି, ଯେଉଁଥିରେ ତାଙ୍କର ସୁନ୍ଦରତାକୁ ଦେଖି ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ପ୍ରଶଂସକ ପ୍ରିୟଙ୍କାଙ୍କ ଏପରି ଅନ୍ଦାଜକୁ ପ୍ରଶଂସା କରି ଲେଖିଛନ୍ତି, ବହୁତ ସୁନ୍ଦର ।

ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ପ୍ରିୟଙ୍କାଙ୍କ ବୟସ ବଢ଼ୁନାହି, ତାଙ୍କର ସ୍କିନ ଗ୍ଲୋ କରୁଅଛି, ଜବରଦସ୍ତ ପରଫେକ୍ସନ । ପ୍ରିୟଙ୍କାଙ୍କ ପ୍ଲେ ଲିଷ୍ଟରେ ବି କିଛି ପ୍ରଶଂସକ କମେଣ୍ଟ କରି ଲେଖିଛନ୍ତି, ଏ ପ୍ଲେ ଲିଷ୍ଟ ସବୁବେଳେ ଭଲ ଅଟେ । ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି ଏସବୁ ମୋର ପ୍ରିୟ ଗୀତ ଅଟେ । ଆପଣଙ୍କୁ ବତାଇ ଦେଉଛୁ କି ପ୍ରିୟଙ୍କା ଏବେ ନିଜର ଝିଅର ନାମକୁ ନେଇ ଚର୍ଚାକୁ ଆସିଥିଲେ ।

ମିଡ଼ିଆ ରିପୋର୍ଟ ଅନୁସାରେ, ପ୍ରିୟଙ୍କା ନିଜ ଚାରି ମାସର ଝିଅର ନାମ ମାଳତୀ ମେରୀ ଚୋପ୍ରା ଜୋନସ ରଖିଛନ୍ତି । ପ୍ରିୟଙ୍କା ଓ ନିକ ଜୋନସ ଏହି ବର୍ଷ ଜାନୁୟାରୀରେ ସରୋଗେସି ଜରିଆରେ ଗୋଟିଏ ଝିଅର ମାତା ପିତା ବନିଥିଲେ । ଦୁଇଜଣ 2018 ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।


ସେୟାର କରନ୍ତୁ