ଆଜି ହେଉଛି ଶ୍ରମିକ ଦିବସ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ରବିବାର ଅନ୍ତର୍ଜାତୀୟ ଶ୍ରମିକ ଦିବସ । ପ୍ରତିବର୍ଷ ମେ’1ରେ ବିଶ୍ବବ୍ୟାପୀ ଏହି ଦିବସ ପାଳିତ ହୁଏ । ଓଡ଼ିଶାରେ ବି ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ । ସଭା ସମିତିରେ ଅନେକ ଶ୍ରମିକ କଲ୍ୟାଣ ଯୋଜନା ବାବଦରେ ଘୋଷଣା କରାଯାଏ ।

ତେବେ ମଇ ଦିବସ ପାଳନ ଅବସରରେ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରୀ ବର୍ଦ୍ଧିତ କରିଛନ୍ତି ରାଜ୍ୟ ସରକାର । ଅଣ କୂଶଳୀ, ଅର୍ଦ୍ଧ କୂଶଳୀ, କୂଶଳୀ ଏବଂ ଉଚ୍ଚ କୂଶଳୀମାନଙ୍କ ସର୍ବ ନିମ୍ନ ଦୈନିକ ମଜୁରୀ ଯଥାକ୍ରମେ 326, 367, 416 ଏବଂ 476 ଟଙ୍କାକୁ ବୃଦ୍ଧି ଘଟିଛି ।


ସେୟାର କରନ୍ତୁ