ବାତ୍ୟା ‘ଅସାନି’କୁ ନେଇ ଏସ୍‌ଆର୍‌ସିଙ୍କ ଜରୁରୀ ସୂଚନା

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ବାତ୍ୟା ଅସାନିକୁ ନେଇ ସୂଚନା ଜାରି କରିଛନ୍ତି । ବାତ୍ୟା ଅସାନି ଏବେ ପୁରୀ ଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ 920 କିମି ଦୂରରେ ରହିଛି । 10 ତାରିଖ ସନ୍ଧ୍ୟା ସମୟରେ ବାତ୍ୟା ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ । କିନ୍ତୁ ଏହା ସ୍ଥଳ ଭାଗ ଛୁଇଁବ ନାହିଁ । ସମୁଦ୍ର ମଧ୍ୟରେ ସମାନ୍ତରଳ ଭାବେ ଏହା ଉତ୍ତର ବଙ୍ଗୋପସାଗର ମୁହାଁ ହେବ । ପୁରୀ ଠାରୁ ଏହା ପ୍ରାୟ 90ରୁ 100 କିମି ଦୂରରେ ଅତିକ୍ରମ କରିବ ବୋଲି ଶ୍ରୀ ଜେନା କହିଛନ୍ତି ।

ତେବେ ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ସ୍ଵତନ୍ତ୍ର ରିଲିଫ କମିସନରଙ୍କ ଜିଲ୍ଲାପାଳଙ୍କୁ ନିର୍ଦେଶ। ରିଲିଫ କମିସନର ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ଗଞ୍ଜାମ ଜିଲ୍ଲାର ରଙ୍ଗେଇଲୁଣ୍ଡା, ଚିକିଟି ଗଞ୍ଜାମ ଓ ଛତ୍ରପୁରୁ ବ୍ଲକ, ପୁରୀ ଜିଲ୍ଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଆସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳର ମାଟିଘର ଓ କୁଡିଆ ଘରେ ବାସ କରୁଥିବା ଜନସାଧାରଣଙ୍କୁ 10 ତାରିଖ ଦିନ ଅପରାହ୍ନ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ ।

ସେହିପରି ଆଗାମୀ 15 ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସହ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନେବା। ଏହାସହ 9 ତାରିଖ ଦିନ ସକାଳ ସୁଦ୍ଧା 6 ଟି ଓଡ୍ରାଫ ଟିମ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ, ଗଞ୍ଜାମ, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ମୁତୟନ କରାଯିବ। ସେହିପରି 18ଟି ଜିଲ୍ଲାର ଜିଲ୍ଲାପାଳ ତଥା-ଭୁବେନେଶ୍ବର, କଟକ ଓ ବ୍ରହ୍ମପୁର ମୁନିସପାଲ କମିସନରମାନେ ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଦ୍ବାରା ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବା ବେଳେ ଯଦି ଏଭଳି ପରିସ୍ଥିତି ଆସେ ଏହି ସବୁ ସ୍ଥାନରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବେ।

ତେବେ ଗ୍ରୀଷ୍ମ କାଳରେ ବର୍ଷା ହେବ । ଏବେ ଖରା ଯୋଗୁ ନଦୀ ନାଳ ଓ ମାଟି ଶୁଖିଲା ରହିଛି । ତେଣୁ ବର୍ଷା ହେଲେ ମଧ୍ୟ ବନ୍ୟାର ଆଶଙ୍କା ନାହିଁ । ତଥାପି ଜିଲ୍ଲା ଓ ମନ୍ୟୁସିପାଲ ଅଧିକାରୀମାନଙ୍କୁ ପାଣି ଜମି ରହିବା ସମସ୍ୟା ଉପରେ ଦୃଷ୍ଟି ରଖିବାକୁ କହିଛୁ । ଦରକାର ପଡ଼ିଲେ ତଳିଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯିବ ବୋଲି ସେ କହିଛନ୍ତି ।


ସେୟାର କରନ୍ତୁ