ପରଜଙ୍ଗ: ଜିଲ୍ଲାପାଳଙ୍କ ଦ୍ୱାରା ଜନଶୁଣାଣି ଶିବିର ଅନୁଷ୍ଠିତ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ରାକେଶ ଚନ୍ଦ୍ର ପରିଡା

ପରଜଙ୍ଗ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ପଞ୍ଚାୟତ ସମିତି ଠାରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଜନଶୁଣାଣି ଶିବିରରେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନ ସାଧାରଣଙ୍କର ଅଭିଯୋଗର ଶୁଣାଣି କରିଥିଲେ । ତେବେ ପରଜଙ୍ଗ ବ୍ଲକର 29 ଗୋଟି ପଞ୍ଚାୟତ ମଧ୍ୟରୁ ବିଭିନ୍ନ ପ୍ରକାରର ସମସ୍ୟାର ବିଷୟ ଜିଲ୍ଲାପାଳଙ୍କ ସାମ୍ନାକୁ ଆସିଥିଲା । ଯେଉଁଥିରେ କି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଭତ୍ତା, ମେଡିକାଲ ସମସ୍ୟା, ଜଳ ଯୋଗାଣ, ଜଙ୍ଗଲ ବିଭାଗର ପ୍ରାୟ 115 ଗୋଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା । ଏଥି ମଧ୍ୟରୁ ପ୍ରାୟ 87 ଗୋଟି ମାମଲାକୁ ଜିଲ୍ଲାପାଳ ସମାଧାନ କରିଛନ୍ତି ।

ତେବେ ସେଇଭଳି ରେଡ଼କ୍ରସ ପାଣ୍ଠିରୁ 13 ହଜାର ଟଙ୍କା ଏବଂ ଜଣେ ଅସହାୟ ମହିଳାଙ୍କୁ ସିଲେଇ ମେସିନ ପ୍ରଦାନ କରାଯାଇଛି । କୌଣସି ଅଭିଯୋଗ ଆସିଲେ ତୁରନ୍ତ ତଦନ୍ତ କରି ଆକ୍ସନ ନେବାକୁ ଜିଲ୍ଲାପାଳ ସରୋଜ କୁମାର ସେଠୀ ସବୁ ବିଭାଗର ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ ।

ସୂଚନା ଥାଉ କି, ଏହି ଜିଲ୍ଲାପାଳଙ୍କ ଅଭିଯୋଗ ଜନଶୁଣାଣିରେ ପିଡ଼ି ଡ଼ିଆଡିଏ ସାଫଲ୍ୟ ମଣ୍ଡିତ ପ୍ରଧାନ ,ଏସ୍ପି ଏଲ.ଦିବ୍ୟା. ଭି , ସିଡ଼ିଏମଓ ଡାକ୍ତର ଅଶୋକ ଦାସ ,ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ସମେତ ସମସ୍ତ ବିଭାଗର ବିଭାଗୀୟ ଅଧିକାରୀ, ବ୍ଲକ ଅଧ୍ୟକ୍ଷା, ଜିଲ୍ଲାପରିଷଦ ଓ ଲୋକପ୍ରତିନିଧି ମାନେ ଉପସ୍ଥିତ ଥିଲେ ।


ସେୟାର କରନ୍ତୁ