ବାତ୍ୟା ‘ଅସାନି’: ଗୋପାଳପୁର ଠାରୁ 510 କିମି ଏବଂ ପୁରୀ ଠାରୁ 590କିମି ଦୂରରେ କେନ୍ଦ୍ରୀଭୂତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ବର: ପଶ୍ଚିମ-କେନ୍ଦ୍ରୀୟ ଓ ତତ୍‌ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ବାତ୍ୟା ‘ଅସାନି’ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ବର୍ତ୍ତମାନ ଘଣ୍ଟା ପ୍ରତି 5 କିମି ବେଗରେ ଗତି କରୁଛି । ବର୍ତ୍ତମାନ ଗୋପାଳପୁର ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ 510 କିମି ଏବଂ ପୁରୀ ଠାରୁ ଦକ୍ଷିଣ ପଶ୍ଚିମ ଦିଗରେ 590କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି ।

ସେହିପରି ଗୋପାଳପୁର ବନ୍ଦର ପାଇଁ 3 ନମ୍ବର ବିପଦ ଜାରି ହୋଇଥିଲା ବେଳେ ପୁରୀ, ଚାନ୍ଦବାଲି, ଧାମରା ଏବଂ ପାରାଦୀପ ବନ୍ଦର ପାଇଁ 2 ନମ୍ବର ବିପଦ ସଂକେତ ଜାରି କରିଛି ପାଣିପାଗ ବିଭାଗ ।


ସେୟାର କରନ୍ତୁ