ଆନ୍ଧ୍ରପ୍ରଦେଶ ତଟ ଆଡକୁ ଯାଉଛି ବାତ୍ୟା, ଘଣ୍ଟା ପ୍ରତି 6 କିଲୋ ମିଟର ବେଗରେ ଗତି କରୁଛି

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ଆନ୍ଧ୍ରପ୍ରଦେଶରେ ‘ଅସାନି’ ବାତ୍ୟାକୁ ନେଇ କରି ପାଣିପାଗ ବିଭାଗ ଚେତାବନୀ ଜାରି କରିଛି । ସେପଟେ, ବୁଧବାର ସକାଳରୁ ରାଜ୍ୟର କାକିନାଡା ଜିଲ୍ଲାର କିଛି ଜାଗାରେ ବର୍ଷା ହେଉଛି । ଆଇଏମଡି ଅନୁଯାୟୀ, ଏହି ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗକୁ ଯାଇ ଆନ୍ଧ୍ରପ୍ରଦେଶ ଉପକୂଳରୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଞ୍ଚିବା ସମ୍ଭାବନା ରହିଛି । କହିବା କି ମଙ୍ଗଳବାର ଦିନ ଓଡିଶାର ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦିପ କୁମାର ଜେନା କହିଥିଲେ ଯେ ବୁଧବାର ସକାଳେ ଆନ୍ଧ୍ର ଉପକୂଳରେ ସାଇକ୍ଲୋନିକ୍ ଅସାନି କାକିନାଡା ପହଞ୍ଚିବ ବୋଲି ଆଶା କରାଇଥିଲେ ।

ତେବେ ବର୍ତମାନ ଏହା ଗୋପାଳପୁରର ଦକ୍ଷିଣପଶ୍ଚିମକୁ 530 କିଲୋମିଟର୍‌ ଏବଂ ପୁରୀର 640 କିଲୋମିଟର୍‌ ଦୂର ବଙ୍ଗୋପସାଗର ଉପରେ କେନ୍ଦ୍ରୀଭୂତ ହୋଇଛି । ବର୍ତମାନ ଏହାର ଗତି ଉତ୍ତର ପଶ୍ଚିମ ଦିଗରେ 6 କିଲୋମିଟର ବେଗରେ ଗତି କରୁଛି ।


ସେୟାର କରନ୍ତୁ