ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳୀ ଆଣ୍ଡ୍ରିୟୁ ସାଇମଣ୍ଡସ୍ କାର ଦୁର୍ଘଟଣାରେ ମୃତ

ଖେଳ ଦେଶବିଦେଶ
ସେୟାର କରନ୍ତୁ

Andrew Symonds Died: ଅଷ୍ଟ୍ରେଲୀୟ ପୂର୍ବତନ କ୍ରିକେଟର ଆଣ୍ଡ୍ରିୟୁ ସାଇମଣ୍ଡସଙ୍କ ଦେହାନ୍ତ ହୋଇଛି । ସୂଚନାନୁସାରେ, ଶନିବାର ରାତିରେ ଟାଉନ୍ସଭିଲରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡସଙ୍କର ମୃତ୍ୟୁ ଘଟିଛି । ପୋଲିସର ସୂଚନାନୁସାରେ, ସାଇମଣ୍ଡଙ୍କୁ ବଞ୍ଚାଇବା ପାଇଁ ବହୁ ଉଦ୍ୟମ କରାଯାଇଥିଲା କିନ୍ତୁ ସେ ଉଦ୍ଧାର ହୋଇପାରି ନଥିଲେ । ଏହି ଦୁର୍ଘଟଣାରେ ସିମଣ୍ଡସ୍ ଗୁରୁତର ଆଘାତ ହୋଇଥିବା ପୋଲିସ କହିଛି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟାଉନ୍ସଭିଲ୍ ନିକଟରେ ସାଇମଣ୍ଡସଙ୍କ କାର ଦୁର୍ଘଟଣା ହୋଇଥିଲା । ତାଙ୍କ କାର ଏଲିସ୍ ନଦୀର ବ୍ରିଜରୁ ବାହାରି ତଳେ ପଡ଼ିଯାଇଥିଲା । ସାଇମଣ୍ଡସ୍ ନିଜେ କାର୍ ଚଳାଉଥିଲେ । ସ୍ଥାନୀୟ ଜରୁରୀକାଳୀନ ସେବା ତାଙ୍କୁ ଉଦ୍ଧାର କରିବାକୁ ବହୁ ଚେଷ୍ଟା କରିଥିଲା, କିନ୍ତୁ ବିଫଳ ହୋଇଥିଲା । ବର୍ତ୍ତମାନ ଫରେନସିକ୍ କ୍ରାସ୍ ୟୁନିଟ୍ ତାଙ୍କ ଦୁର୍ଘଟଣାର ଅନୁସନ୍ଧାନ କରୁଛି ।

ସୂଚନା ଥାଉକି, ଆଣ୍ଡ୍ରିୟୁ ସାଇମଣ୍ଡସ ଅଷ୍ଟ୍ରେଲିଆ ପାଇଁ 26ଟି ଟେଷ୍ଟ, 198ଟି ଦିନିକିଆ ଓ 12ଟି ଟି-୨୦ ମ୍ୟାଚ ଖେଳିଥିଲେ । ସେ 2003 ଓ 2007ରେ ଅଷ୍ଟ୍ରେଲିଆର ବିଶ୍ୱକପ ବିଜୟରେ ବଡ଼ ଭୂମିକା ନେଇଥିଲେ ।


ସେୟାର କରନ୍ତୁ