ଗୌତମଙ୍କ ସହିତ ବିବାହ ବନ୍ଧନରେ ବାନ୍ଧିହେଲେ କନିକା କପୁର, ଫଟୋ-ଭିଡିଓ ଭାଇରାଲ

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ଲାଟେଷ୍ଟ ଗୀତ (Oo Antava) ଗାଇକରି ପୁଣି ଥରେ ପ୍ରଶଂସକଙ୍କୁ ପାଗଳ କରିଥିବା ବଲିଉଡର ଗାୟିକା କନିକା କପୁର ଶୁକ୍ରବାର ଅର୍ଥାତ୍‌ ଗତକାଲି ବ୍ୟବସାୟୀ ଗୌତମଙ୍କୁ ବିବାହ କରିଛନ୍ତି । ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ସମାପ୍ତ ହୋଇଛି । ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସୁନ୍ଦର କେମେଷ୍ଟ୍ରିକୁ ଦେଖିବାକୁ ମିଳୁଛି । ନିକଟରେ କନିକାଙ୍କ ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ତଥା ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଭାଇରାଲ ଭାୟାନୀ କନିକାଙ୍କ ବିବାହର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଜୟମାଲା ପାଇଁ ଷ୍ଟେଜ୍‌ ଉପରକୁ ଯାଉଛନ୍ତି । ସେ ବିବାହ ପୋଷାକରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି। କନିକା ବିବାହ ପାଇଁ ହାଲୁକା ଗୋଲାପୀ ରଙ୍ଗର ଲେହେଙ୍ଗା ପିନ୍ଧିଥିବାବେଳେ, ଭାରୀ ଅଳଙ୍କାର ସହ ନ୍ୟୁଡ୍‌ ମେକଅପ୍‌ରେ ନଜର ଆସିଛନ୍ତି ।

ବାସ୍ତବରେ, କହିବାକୁ ଗଲେ ଏହା ହେଉଛି କନିକା କପୁରଙ୍କ ଦ୍ୱିତୀୟ ବିବାହ । ଏହାପୂର୍ବରୁ କନିକା ଏନଆରଆଇ ରାଜଙ୍କୁ ବିବାହ କରିଥିଲେ । ଏହି ବିବାହରୁ କନିକାଙ୍କର ତିନୋଟି ସନ୍ତାନ ଅଛନ୍ତି । 2012ରେ କନିକା ଛାଡପତ୍ର ନେଇଥିଲେ ଏବଂ ତା’ପରେ ସଙ୍ଗୀତକୁ ତାଙ୍କ କ୍ୟାରିଅର୍ ଭାବେ ବାଛିଥିଲେ । ଦଶ ବର୍ଷ ପରେ କନିକା କପୁର ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।


ସେୟାର କରନ୍ତୁ