ନିକ୍ ଜୋନାସ୍ ପତ୍ନୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଲେ ସବୁଠାରୁ ମହଙ୍ଗା ଏବଂ ସ୍ପେଶାଲ୍‌ ଗିଫ୍ଟ, ଚିତ୍ର ଦେଖି ଆପଣ ମଧ୍ୟ କହିବେ ୱା …

ସିନେମା
ସେୟାର କରନ୍ତୁ

ମୁମ୍ବାଇ : ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ମୋଷ୍ଟ ବ୍ୟୁଟିଫୁଲ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ କେବଳ ବଲିଉଡ୍ ହିଁ ନୁହଁ ହଲିଉଡ୍ ରେ ମଧ୍ୟ ନିଜର ପରିଚୟ ସୃଷ୍ଟି କରି ସାରିଛନ୍ତି । ପ୍ରିୟଙ୍କା ଅଭିନୟ କରିବା ସହ ସୋସିଆଲ ମିଡିଆରେ ମଧ୍ୟ ଖୁବ୍ ଆକ୍ଟିଭ୍ ରୁହନ୍ତି । ତାଙ୍କ କାମକୁ ନେଇ ସେ ତାଙ୍କ ଆକାଉଣ୍ଟରେ କିଛି ନା କିଛି ପୋଷ୍ଟ କରୁଥାନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସାଇଟଡେଲ୍’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କା ଏକ ସେଲଫି ନେଇଛନ୍ତି, ଏବଂ ସ୍ବାମୀଙ୍କୁ ପ୍ରଶଂସା କରିଛନ୍ତି ।

ନିକଟରେ ପ୍ରିୟଙ୍କା ଏକ କୁଲ୍‌ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ପ୍ରିୟଙ୍କା ଏକ ଗାଡିରେ ବସିଥିବାର ନଜର ଆସିଛନ୍ତି । ସ୍ବାମୀ ନିକ୍ ଜୋନାସ ଓ ତାଙ୍କ ପ୍ରଶଂସକଙ୍କୁ ଦିଆଯାଇଥିବା ବିଶେଷ ଉପହାରକୁ ଦେଖାଇଛନ୍ତି। ଯାହାକୁ ପାଇବା ପରେ ସେ ବହୁତ ଖୁସି ଅଛନ୍ତି । ଫଟୋ ସହ କ୍ୟାପସନରେ ଲେଖିଛନ୍ତି-‘ଏବେ ଏହାକୁ କୁହାଯାଏ ନା ରାଇଡ୍‌ । ଧନ୍ୟବାଦ ନିକ୍ ଜୋନସ୍‌ ମୋତେ ସବୁବେଳେ ସାହାଯ୍ୟ କରିଥିବାରୁ । ତମେ ସବୁଠାରୁ ବେଷ୍ଟ ସ୍ୱାମୀ ।

ପ୍ରିୟଙ୍କା ସେଟକୁ ଯିବା ପାଇଁ ନିକ୍‌ ତାଙ୍କୁ ଏହି କାର୍ ଉପହାର ଦେଇଛନ୍ତି । କାହିଁକି ନା ପ୍ରିୟଙ୍କାଙ୍କୁ ଯେମିତି କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ସେ ନିଜେ ମଧ୍ୟ ଏହି କୁଲ୍‌ କାରରେ ବସିକି ଯାଇପାରିବେ । କହିବାକୁ ଗଲେ କହିବା ଯେ ସିଟାଡେଲ ହେଉଛି ଆମାଜନ ପ୍ରାଇମର ସିରିଜ୍‌ । ପ୍ରିୟଙ୍କା ଦୀର୍ଘ ସମୟ ଧରି ଏହାର ସୁଟିଂ କରୁଛନ୍ତି । ଅନ୍ୟପଟେ ପ୍ରିୟଙ୍କା ବଲିଉଡ ପ୍ରୋଜେକ୍ଟ ଫରହାନ ଅଖତରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଜି ଲେ ଜାରା’ରେ ମଧ୍ୟ ନଜର ଆସିବେ ।


ସେୟାର କରନ୍ତୁ