ୟୁପିର ସିଦ୍ଧାର୍ଥନଗରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, 8 ଜଣଙ୍କର ମୃତ୍ୟୁ, ପ୍ରଧାନମନ୍ତ୍ରୀ ମୋଦୀ-ସିଏମ ଯୋଗୀ କଲେ ଦୁଃଖ ପ୍ରକାଶ

ଦେଶବିଦେଶ
ସେୟାର କରନ୍ତୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଦ୍ରୁତଗାମୀ ଅନିୟନ୍ତ୍ରିତ ବୋଲେରୋ ଏକ ଟ୍ରକକୁ ଧକ୍କା ଦେଇଅଛି । ଏହି ଦୁର୍ଘଟଣାରେ 8 ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ 3 ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୁରା ବିଷୟ ସିଦ୍ଧାର୍ଥନଗରର ଯୋଗିଆ କୋଟୱାଲୀ ଅଞ୍ଚଳର ନୌଗଡ଼ ବାନସୀ ରାସ୍ତାରେ ଅବସ୍ଥିତ କଟିଆ ଗ୍ରାମ ନିକଟର ଅଟେ । ଏଠାରେ ବିଳମ୍ବିତ ରାତିରେ ବୋଲେରୋ ପଛ ପଟରୁ ରାସ୍ତାରେ ପାର୍କିଂ ହୋଇଥିବା ଟ୍ରେଲରକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ଚାରିଜଣ ଆହତ ହୋଇଥିବାବେଳେ ଆଠ ଜଣ ବରଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାର ଖବର ସମଗ୍ର ଅଞ୍ଚଳରେ ହାହାକାର ଭାରି ଦେଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ଅନେକ ଲୋକ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ପାଇଁ PM ମୋଦୀ PMNRF ପାଣ୍ଠିରୁ ପ୍ରତ୍ୟେକଙ୍କୁ 2 ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଛନ୍ତି । ଏଥିସହ ପ୍ରତ୍ୟେକ ଆହତଙ୍କ ପାଇଁ 50 ହଜାର ଟଙ୍କା ଘୋଷଣା କରାଯାଇଛି ।

ଏହି ଦୁର୍ଘଟଣାରେ ପିଏମଓ ଟ୍ୱିଟ୍ କରି କହିଛନ୍ତି ଯେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗରରେ ସଡ଼କ ଦୁର୍ଘଟଣା ଅତ୍ୟନ୍ତ ଯନ୍ତ୍ରଣାଦାୟକ ଅଟେ । ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ସହ ମୋର ସମବେଦନା । ଭଗବାନ ସେମାନଙ୍କୁ ଏହି ଅପାର ଦୁଃଖ ସହିବାକୁ ଶକ୍ତି ଦିଅନ୍ତୁ । ଏହା ସହିତ, ମୁଁ ସମସ୍ତ ଆହତଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛି ।

ଏହି ଘଟଣାକୁ ସିଏମ୍ ଯୋଗୀ ଆଦିତ୍ୟନାଥ ମଧ୍ୟ ସମବେଦନା ଜଣାଇଛନ୍ତି । ଏହା ସହିତ ସେ ଆହତମାନଙ୍କ ଭଲ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସିଏମଙ୍କ କାର୍ଯ୍ୟାଳୟ ପକ୍ଷରୁ କରାଯାଇଥିବା ଏକ ଟୁଇଟରେ ଏହା ଲେଖାଯାଇଛି, ‘ସିଦ୍ଧାର୍ଥନଗରରେ ଘଟିଥିବା ସଡ଼କ ଦୁର୍ଘଟଣାରେ ସିଏମ ଗଭୀର ଶୋକ ପ୍ରକାଶ କରିଛନ୍ତି । ସେ ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଦୁର୍ଘଟଣାରେ ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।


ସେୟାର କରନ୍ତୁ