ରାଜ୍ୟ ମନ୍ତ୍ରୀମଣ୍ଡଳ ନବକଳେବର ସମ୍ଭାବନା, ଇସ୍ତଫା ପାଇଁ ମନ୍ତ୍ରୀ ମାନଙ୍କୁ ଆସିଲା ନିର୍ଦେଶ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ବିଜେଡି ସରକାରର ପଞ୍ଚମ ପାଳିର ତୃତୀୟ ବର୍ଷ ପୂର୍ତ୍ତି ମେ’ 29ରେ ସରିଅଛି । ନିକଟରେ ପଞ୍ଚାୟତ ଓ ପୌର ନିର୍ବାଚନ ସରିଅଛି । ଆଗକୁ ଅଛି 2024 ସାଧାରଣ ନିର୍ବାଚନ । ତେବେ ଯାହାବି ହେଉ 2024 ନିର୍ବାଚନ ପୂର୍ବରୁ ସରକାର ଏବଂ ଦଳକୁ ସକ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ନୂଆ ଷ୍ଟ୍ରାଟେଜି କରିଥିବା ମନେ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ମନ୍ତ୍ରୀମାନଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ନବୀନଙ୍କୁ ଦେଇ ସାରିବା ପରେ ଆସନ୍ତାକାଲି ଅର୍ଥାତ ରବିବାର ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ଦିନ 11ଟା 45ରେ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ରାଜଭବନରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମନ୍ତ୍ରୀମାନଙ୍କୁ ତୁରନ୍ତ ନିଜର ଇସ୍ତଫା ପତ୍ର ପଠାଇବାକୁ ଆଜି ସକାଳେ ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ତ୍ରୀମାନେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଜଣଙ୍କ ପରେ ଜଣେ ପଠାଉଥିବା ଜଣାପଡୁଛି ।


ସେୟାର କରନ୍ତୁ