ଝୁଲନ ଗୋସ୍ୱାମୀଙ୍କ ବିପକ୍ଷରେ ବ୍ୟାଟିଂ କରିବାକୁ ବାହାରିଥିଲେ କେଏଲ ରାହୁଲ, ବିପଦପୂର୍ଣ୍ଣ ବୋଲିଂ ସମ୍ମୁଖରେ ନିଜକୁ କଲେ ପରୀକ୍ଷା- ଦେଖନ୍ତୁ ଭିଡିଓ

ଖେଳ
ସେୟାର କରନ୍ତୁ

Jhulan Goswam To KL Rahul: କେଏଲ ରାହୁଲ ଏବେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି -20 ସିରିଜରେ ଭାରତୀୟ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ । ଆହତ କାରଣରୁ ରାହୁଲ ଇଂଲଣ୍ଡ ବିପକ୍ଷରେ ସିରିଜ୍ ଖେଳିପାରିନଥିଲେ । ଉଲ୍ଲେଖଥାଉ କି, ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଟି -20 ସିରିଜରେ ହେବ । ଅର୍ଥାତ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷ ODI ସିରିଜର ଅଂଶ ହେବ ନାହିଁ । ଆପଣଙ୍କୁ କହିରଖୁଛୁ ଯେ ଏହି ସମୟରେ ରାହୁଲ ବର୍ତ୍ତମାନ ତାଙ୍କ ଫିଟନେସରେ ଉନ୍ନତି ଆଣିବା ପାଇଁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ୍ ଏକାଡେମୀ (ଏନସିଏ) ରେ ଅଛନ୍ତି ଏବଂ ବହୁତ ଅଭ୍ୟାସ ମଧ୍ୟ କରୁଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ରାହୁଲ ଭାରତୀୟ ମହିଳା ଭେଟେରାନ ଫାଷ୍ଟ ବୋଲର ଝୁଲନ ଗୋସ୍ୱାମୀଙ୍କ ବୋଲିଂ ବିରୋଧରେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି ।

ଭିଡିଓରେ ଝୁଲନ ଗୋଟିଏ ପରେ ଗୋଟିଏ ବିପଜ୍ଜନକ ବଲ୍ ପକାଉଛନ୍ତି, ଯେଉଁଥିରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବେଳେବେଳେ ଡିଫେନ୍ସ ସହ ଖେଳନ୍ତି ଏବଂ ବେଳେବେଳେ କଭର ସଟ୍ ମାରିବାକୁ ଚେଷ୍ଟା କରନ୍ତି । ପ୍ରଶଂସକମାନେ ଝୁଲନ ଏବଂ କେ.ଏଲ୍ ରାହୁଲଙ୍କୁ ଏକାଠି ଦେଖି ଗଦଗଦ ହେଉଛନ୍ତି ।

କହିବାକି, ଆଇପିଏଲ୍ ପରଠାରୁ ରାହୁଲ ଭାରତୀୟ ଦଳ ବାହାରେ ଅଛନ୍ତି । ନିକଟରେ ରାହୁଲ ଅସ୍ତ୍ରୋପଚାର ପାଇଁ ଜର୍ମାନୀ ଯାଇଥିଲେ । ସଫଳ ଅସ୍ତ୍ରୋପଚାର ପରେ ସେ ବର୍ତ୍ତମାନ ଭାରତକୁ ଫେରିଛନ୍ତି ଏବଂ ନିଜ ଫିଟନେସ ଫେରି ପାଇବା ପାଇଁ ମଧ୍ୟ କଠିନ ପରିଶ୍ରମ କରୁଛନ୍ତି ।

ଅନ୍ୟପକ୍ଷରେ ଝୁଲନ ଗୋସ୍ୱାମ ଟି -20 ଇଣ୍ଟରନ୍ୟାସନାଲରୁ ଅବସର ନେଇଛନ୍ତି । ନିକଟରେ ମିତାଲି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଏବେ ଦେଖିବାକୁ ବାକି ରହିଲା ଯେ ଝୁଲନ ତାଙ୍କ କ୍ୟାରିୟରକୁ କେତେ ଦୂର ନେଉଛନ୍ତି । ଭାରତର ସବୁଠାରୁ ସଫଳ ବୋଲର ଝୁଲନ ନିଜର କ୍ୟାରିୟରରେ ଏପର୍ଯ୍ୟନ୍ତ 12 ଟି ଟେଷ୍ଟରେ 44 ୱିକେଟ୍, 201 ODI ରେ 252 ୱିକେଟ୍ ଏବଂ 68 ଟି 20 ଟି ଇଣ୍ଟରନ୍ୟାସନାଲରେ 56 ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।


ସେୟାର କରନ୍ତୁ