ବିଳମ୍ବିତ ରାତିରେ ସାଆନ୍ଦା ଅଞ୍ଚଳର 3ଟି ମନ୍ଦିରରୁ ହେଲା ଚୋରି

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ରିପୁରଞ୍ଜନ ବିଶ୍ୱାଳ

ପରଜଙ୍ଗ: ଗତ କାଲି ବିଳମ୍ବିତ ରାତିରେ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଅଞ୍ଚଳର ଏକା ସାଙ୍ଗରେ 3ଟି ମନ୍ଦିରରୁ ଚୋରି ହୋଇଥିବା ଜଣାପଡିଛି । ଯାହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ଦୁର୍ବୁତ୍ତମାନେ ମୂର୍ତ୍ତି, ଇନଭର୍ଟର, ବ୍ୟାଟେରୀ ,ଇଲକ୍ଟ୍ରୋନିକ୍ସ ସାମଗ୍ରୀ ଚୋରି କରି ନେଇଛନ୍ତି । ଯାହା ଦ୍ୱାରା ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି ।

ତେବେ ସିସିଟିଭି କ୍ୟାମେରାରେ ଚୋରି ବେଳର ସନ୍ଦେହ ଜନକ ଅବସ୍ଥାର ଘଟଣା କଏଦ ହୋଇଛି । ଜଣେ ଏକ ସ୍କୁଟିରେ ଆସି ସେ ଅଞ୍ଚଳରେ ବୁଲିବା ଏବଂ ଠିଆ ହୋଇଥିବା ଦେଖିବାକୁ ମିଳିଛି । ତେବେ ଏଥିରେ ଚୋର ଗ୍ୟାଙ୍ଗର କିଛି ଦୁର୍ବୁତ୍ତ ସାମିଲ ଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ସାଆନ୍ଦା ରଘୁନାଥ ଜୀଉ ମନ୍ଦିରରୁ ପ୍ରଭୁ ରାଧାକୃଷ୍ଣଙ୍କ ମୂର୍ତ୍ତିକୁ ଦୁର୍ବୁତ୍ତ ମାନେ ଚୋରି କରି ନେଇ ସରବେରେଣୀ ଗାଁ ସ୍ଥିତ ଶିବ ମନ୍ଦିରରେ ରଖି ଦେଇଥିଲେ । ତେବେ ଦୁର୍ବୁତ୍ତ ସରବେରେଣୀ ଗାଁ ଶିବ ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁରେ ନିର୍ମିତ ପାର୍ବତୀଙ୍କ ମୂର୍ତ୍ତି ଓ ପୂଜା ସାମଗ୍ରୀକୁ ଚୋରି କରି ନେଇଛନ୍ତି ।

ସେହିପରି ସରବେରେଣୀ ଗାଁ ଭାଗବତ ଟୁଙ୍ଗୀ ଗୋପାଳଙ୍କ ମନ୍ଦିରରୁ ଇନଭର୍ଟର ,ବ୍ୟାଟେରୀ ଓ ଇଲକ୍ଟ୍ରୋନିକ୍ସ ସାମଗ୍ରୀକୁ ଚୋରି କରି ନେଇଛନ୍ତି ଚୋର । ଏ ନେଇ ସାଆନ୍ଦା ଫାଣ୍ଡିରେ ଅଭିଯୋଗ ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି । ତେବେ ୟା ପଛରେ ଏକ ଚୋର ଗ୍ୟାଙ୍ଗ ସକ୍ରିୟ ରହି ଏପରି କରୁଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।


ସେୟାର କରନ୍ତୁ