ନୂତନ ସେବା ସମବାୟ ସମିତି ସଭାପତି ହେଲେ ସମ୍ବର୍ଦ୍ଧିତ

ରାଜ୍ୟ
ସେୟାର କରନ୍ତୁ

ରିପୋର୍ଟ- ନିର୍ମଳଚନ୍ଦ୍ର ଗଡନାୟକ

ପରଜଙ୍ଗ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ସେବା ସମବାୟ ସମିତିର ନୂତନ ସଭାପତି କାଳନ୍ଦୀ ଜେନାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଛି । ଏହି ଅବସରରେ ନବ ନିର୍ବାଚିତ ଡାଇରେକ୍ଟର ଓ ସମିତିର ସେକ୍ରେଟାରୀ ମାନଙ୍କ ଆୟୋଜନରେ ଏକ ସମ୍ବର୍ଦ୍ଧିତ ସଭା ଅନୁଷ୍ଠିତ କରାଯାଇଥିଲା ।

ତେବେ ଅନୁଷ୍ଠିତ ସଭାରେ ଅଞ୍ଚଳର ଚାଷୀ କିପରି ଧାନ ମଣ୍ଡିରେ ସୁବିଧାରେ ରେଜିଷ୍ଟ୍ରେସନ କରିପାରିବେ ଓ ସାର ବିହନ ପର୍ଯ୍ୟାପ୍ତ ପରିମାଣରେ କିଭଳି ଚାଷୀ ପାଇ ପାରିବେ ସେ ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଚାଷୀଙ୍କ ସମସ୍ୟା ମଧ୍ୟରେ ରହିଛି ଲଗାଣ ବର୍ଷାରେ ଧାନ ଫସଲ ନଷ୍ଟ ହେବା, ମରୁଡି ସମସ୍ୟା, ତା ସାଙ୍ଗକୁ ଧାନ ମଣ୍ଡିରେ ବ୍ୟାପକ ଦୁର୍ନୀତି ରୋକିବା, ଅନ୍ୟ ଦିଗରେ ହାତୀ ଉପଦ୍ରବ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।


ସେୟାର କରନ୍ତୁ