ରିପୋର୍ଟ- ରିପୁରଞ୍ଜନ ବିଶ୍ୱାଳ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଓ ପରଜଙ୍ଗ (ଦୁଇଟି ପୃଥକ ପୃଥକ ଜାଗା)ରେ ବଜ୍ରାଘାତ ଘଟି 2 ଜଣଙ୍କର ମୃତ୍ୟୁ ହୋଇଛି । ପରଜଙ୍ଗ ଥାନା କୁଆଳୋ ଗାଁର ଛବି ନାଏକଙ୍କ ପୁଅ ବିଭୂତି ନାଏକ (ବୟସ 50) ଦଲକପଶି ନିକଟରେ ଚାଷ ଜମିରେ କାମ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ସେହିପରି ତୁମୁସିଙ୍ଗା ଥାନା ରାୟନୃସିଂହ ପୁର ଗାଁର ଜଣେ ଚାଷୀଙ୍କର ବଜ୍ରାଘାତରେ ମୃତ୍ୟୁ ହୋଇଛି । ସେ ଗୋଦରବିଲି ନିକଟରେ ଥିବା ଚାଷ ଜମିରେ ଚାଷ କରୁଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ । ତାଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।
