ବଦଳିଲା ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି, ସାମୟିକ ଭାବେ ଏହି ନିଷ୍ପତ୍ତି ସ୍ଥଗିତ

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ପ୍ରାଥମିକ ସ୍କୁଲ ଖୋଲିବା ନିଷ୍ପତ୍ତି ବଦଳିଲା । ସୋମବାର ଠାରୁ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ସ୍କୁଲ । ସାମୟିକ ଭାବେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ତେବେ ଆସନ୍ତାକାଲି ଠାରୁ ଅର୍ଥାତ ଜାନୁୟାରୀ 3 ତାରିଖରୁ ରାଜ୍ୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର । କିନ୍ତୁ ଏବେ କରୋନା ସଂକ୍ରମଣ ସ୍ଥିତି ଓ ଓମିକ୍ରନକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳାଇଛି ଗଣଶିକ୍ଷା ବିଭାଗ । ତେଣୁ ଆସନ୍ତାକାଲି ଠାରୁ ଖୋଲିବାକୁ ଥିବା ପ୍ରାଥମିକ ଶ୍ରେଣୀର ନିଷ୍ପତ୍ତି ଉପରେ ରୋକ ଲାଗିଛି ।

ତେବେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ସୂଚନା ଅନୁସାରେ, ଇତି ମଧ୍ୟରେ ପଦାଧିକାରୀମାନେ ବିଭିନ୍ନ ସ୍କୁଲ ଗସ୍ତ କରି ବିଦ୍ୟାଳୟ ସହ ଜଡିତ ବ୍ୟକ୍ତିବିଶେଷଙ୍କ ସହିତ ଆଲୋଚନା କରିଥିଲେ । ସାମ୍ପ୍ରତିକ ସ୍ୱାସ୍ଥ୍ୟଜନିତ ପରିସ୍ଥିତି, ବିଶେଷ ଭାବରେ ଗତ ଦୁଇଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ଓ ବିଭିନ୍ନ ଉଚ୍ଚ ପଦାଧିକାରୀଙ୍କ ରିପୋର୍ଟକୁ ଦେଖିବା ପରେ ଏହି ନିଷ୍ପତ୍ତି ନିଆଯାଇଛି ।

ରାଜ୍ୟରେ ଆଜି କରୋନା ସଂକ୍ରମଣ ଆଜି ଉପରମୁହାଁ ରହିଛି । ପୂର୍ବ 24 ଘଣ୍ଟାରେ ମଧ୍ୟରେ 424 କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରେ ପୂର୍ବ 24 ଘଣ୍ଟାରେ 298 କରୋନା ପଜିଟିଭ ଚି଼ହ୍ନଟ ହୋଇଥିଲେ ।


ସେୟାର କରନ୍ତୁ