କାମାକ୍ଷାନଗର : ଆଜି ରବିବାର ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ସାମ୍ବାଦିକ ସଙ୍ଘର ବାର୍ଷିକ ସାଧାରଣ ବୈଠକ ମାଳପୁରା ରାମମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଖଣ୍ଡ ଅଧୀନରେ ଥିବା ଚାରୋଟି ବ୍ଲକରୁ ପଚାଶରୁ ଉର୍ଦ୍ଧ ସାମ୍ବାଦିକ ଯୋଗ ଦେଇଥିଲେ । ବୈଠକରେ ମାଳପୁରା ଗ୍ରାମର ବରିଷ୍ଠ ନାଗରିକ ଅଭିମନ୍ୟୁ ରାଉତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରି ବୈଠକର ଶୁଭାରମ୍ଭ କରିଥିଲେ ।

ତେବେ ଏହି ବୈଠକରେ ସଙ୍ଘରେ କିଛି ନୂତନ ସଦସ୍ୟ ଯୋଡି ହୋଇଥିବା ବେଳେ ସର୍ବ ସମ୍ମତି କ୍ରମେ ସଙ୍ଘର ନୂତନ ପରିଚାଳନା ସଦସ୍ୟ ଚୟନ କରାଯାଇଥିଲା । ସଙ୍ଘ କିପରି ଆଗକୁ ବଢିବ ସେ ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା ।
