ମେ’ 5ରୁ 19 ପର୍ଯ୍ୟନ୍ତ ଲକଡାଉନ କଲେ ରାଜ୍ୟ ସରକାର

ରାଜ୍ୟ
ସେୟାର କରନ୍ତୁ

ଭୁବନେଶ୍ୱର : ରାଜ୍ୟରେ କରୋନା ପରି ସ୍ଥିତିକୁ ଆଖି ଆଗରେ ରଖି ରାଜ୍ୟ ସରକାର 14ଦିନ ପାଇଁ ଲକଡାଉନ କରାଯିବ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ନାଇଟ କର୍ଫ୍ୟୁ ଓ ସଟଡାଉନ ଭଳି ପଦକ୍ଷେପ ମାନ ନେଇଥିଲେ ରାଜ୍ୟ ସରକାର । ମେ’ 5ରୁ 19ପର୍ଯ୍ୟନ୍ତ ରାଜ୍ୟର ସବୁ ଜିଲ୍ଲାରେ ଲକଡାଉନ ହେବ । ଏହି ସମୟ ମଧ୍ୟରେ ସ୍ବାସ୍ଥ୍ୟ ଓ ଜରୁରୀ ସେବା ଜାରି ରହିବ । ଏନେଇ ଓଡ଼ିଶାର ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି ।

ରାଜ୍ୟରେ ଚଳିତ ମେ ମାସ 5 ତାରିଖ ବୁଧବାର ସକାଳ ଠାରୁ 19 ତାରିଖ ବୁଧବାର ସକାଳ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଘରଠାରୁ 500 ମିଟର ଦୂରତା ଭିତରେ ସକାଳ 6ରୁ ମଧ୍ୟାହ୍ନ 12ଟା ଭିତରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ ଲୋକେ । ଚାଲି ଚାଲି ଯାଇ ଲୋକେ ପନିପରିବା ଇତ୍ୟାଦି କ୍ରୟ କରି ପାରିବେ କୁହାଯାଇଛି ।

ଲକଡାଉନ ଅବଧି ମଧ୍ୟରେ ପୂର୍ବ ପରି ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ ବଳବତ୍ତର ରହିବ । ଲକଡାଉନ ସମୟରେ ଟିକାକରଣ ଜାରି ରହିବା ସହ କୋଭିଡ ପରୀକ୍ଷା ପାଇଁ ଅନୁମତି ମିଳିବ । ନିର୍ବାଚନୀ କାର୍ଯ୍ୟ ଉପରେ କୌଣସି କଟକଣା ନ ରହିବା ସହ ପରିବହନ ସେବା କଟକଣା ମୁକ୍ତ ହେବ । ହସ୍ପିଟାଲ, କ୍ଲିନିକ, ନର୍ସିଂହୋମ, ଟେଲି ମେଡିସିନ ସେବା ଜାରି ରହିବ ।


ସେୟାର କରନ୍ତୁ